Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀ ଟି-ଟ୍ବେଣ୍ଟି କାଉଣ୍ଟର ଟିକେଟ ବିକ୍ରି, ଅଫଲାଇନରେ 10,000 ଟିକେଟ

    Share on :
    ajab-Image
    Date: Dec 5, 2025    Views: 2530

     କଟକ: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚକୁ ନେଇ କଟକବାସୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏହି ମ୍ୟାଚ ପାଇଁ ଆଜିଠାରୁ ଅଫଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ରାତିରୁ ଟିକେଟ୍ ପାଇଁ କାଉଣ୍ଟର ଆଗରେ ଲାଇନରେ ଠିଆ ହୋଇଥିଲେ ହଜାର ହଜାର କ୍ରିକେଟ ପ୍ରେମୀ । ମାତ୍ର 10 ହଜାର ଟିକେଟ ପାଇଁ 20 ହଜାରରୁ ଅଧିକ ଦର୍ଶକ ଲାଇନରେ ଠିଆ ହୋଇଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଟିକେଟ ବିକ୍ରି ହେବ ? ଯେପରି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେନେଇ ପୋଲିସ ପ୍ରଶାସନ ସଜାଗ ରହିଛି । ଏଥିପାଇଁ 100 ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।ଗତକାଲି(ଗୁରୁବାର) ସନ୍ଧ୍ୟାରୁ ଲମ୍ବା ଲାଇନରେ ରହି ଟିକେଟ କିଣୁଛନ୍ତି ଦର୍ଶକ । ଏନେଇ ଷ୍ଟାଡିୟମ ପରିସରରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।100ରୁ ଉର୍ଦ୍ଧ୍ବ ଅଫିସରଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ପ୍ରଥମ ଥର ପାଇଁ ଷ୍ଟିଲ୍ ବାରିକେଡ଼ ସହ ବାଉଁଶରଙ୍କୁ ନିୟୋଜିତ ହୋଇଛନ୍ତି । ଗତକାଲି ରାତିରେ ଅଧିକ ଦର୍ଶକ ଲାଇନରେ ଠିଆ ହେବାରୁ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନେକେଦମ ହେବାକୁ ପଡ଼ିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ ହାଲକା ଲାଠି ଚାଳନା କରିବାକୁ ପଡ଼ିଥିଲା । ପରେ ପରିସ୍ଥିତି ସ୍ୱଭାବିକ ହେବା ପରେ ଲାଇନରେ ରହି ଟିକେଟ ନେବାକୁ କଟକ ଡିସିପି ରଷିକେଶ ଖିଲାରୀ ନିବେଦନ କରିଛନ୍ତି ।ଡିସିପି ରଷିକେଶ ଖିଲାରୀ କହିଛନ୍ତି," ଟିକେଟ୍ ଯେତିକି ରହିଛି, ତା ଠାରୁ ଅଧିକ ଲୋକ ଆସିଛନ୍ତି । ଏଠାକୁ ଅଧିକ ଲୋକ ନ ଆସିଲେ ଭଲ ହେବ । କାରଣ 8 ତାରିଖରେ ଅଭ୍ୟାସ ମ୍ୟାଚ ମଧ୍ୟ ରହିଛି । ଏଥିପାଇଁ ଅନେକ ପ୍ରସ୍ତୁତି କରାଯିବ । ଆମର ପ୍ଲାନିଂ ଅନୁସାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଥମେ ଲାଇନରେ ଠିଆ ହେବା ପାଇଁ ଲୋକଙ୍କ ମଧ୍ୟରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ହେଲେ ଘଟଣା ସ୍ଥଳରେ ଆମର ପୋଲିସ ଫୋର୍ସ ମୁତୟନ ରହିଥିଲେ, ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଚଳିତ ଥର ପୂରା ସିସିଟିଭି ନଜରରେ ଟିକେଟ ବିକ୍ରି କ୍ଷେତ୍ର ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଓସିଏ ତରଫରୁ ମଧ୍ୟ ବାଉଁଶର ନିୟୋଜିତ କରାଯାଇଛି ।"

    Maximum 500 characters

    ଖେଳ ଖବର View all

    Find Us on Facebook