Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀରେ ଏକ ଦିବସୀୟ ମ୍ୟାଚ: ଅନଲାଇନ ଟିକେଟ ଶେଷ, କ୍ରୀଡା ପ୍ରେମୀ ନିରାଶ

    Share on :
    ajab-Image
    Date: Feb 3, 2025    Views: 3239

    କଟକ: ବାରବାଟୀ ଷ୍ଟାଡିୟମରେ  ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ  ଭାରତ- ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ। ସେଥିପାଇଁ ଅନଲାଇନରେ ରବିବାର ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକେଟ ବିକ୍ରିର ଆରମ୍ଭ ହେବାର ମାତ୍ର ୩୫ ମିନିଟରେ  ଦୁଇ ନମ୍ବର ଓ ଚାରି ନମ୍ବର ଗ୍ୟାଲେରୀ ଟିକେଟ ଶେଷ ହୋଇଯାଇଛି। ସେହିପରି ୭ ନଂ ଗ୍ୟାଲେରୀ ଟିକେଟ ଓ ସ୍ପେଶାଲ ଏନକ୍ଲୋଜର ଟିକେଟ ଶେଷ ହୋଇଯାଇଥିଲା।  ଅନଲାଇନରେ ଟିକେଟ  ଶେଷ ହୋଇଯିବାରୁ ବହୁ କ୍ରୀଡା ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି।

    ଅନ୍ୟପଟେ ଅନଲାଇନ୍ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦଯୋଗ୍ୟ ୧ ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ୍ ଉପଲବ୍ଧ ହେବ। ୧ ଓ ୩ ନମ୍ବର ଗ୍ୟାଲେରୀ ପଡିଆ ପାର୍ଶ୍ଵରେ ରହିଥିବାରୁ କ୍ରିକେଟପ୍ରେମୀ ଏହି ଗ୍ୟାଲେରୀ ଟିକେଟ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook