Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀରେ ଟିକଟ ଦର ବଢ଼ିବ

    Share on :
    ajab-Image
    Date: May 9, 2022    Views: 4808

    ଭୁବନେଶ୍ବର: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ଲାଗି ଓସିଏର ପ୍ରସ୍ତୁତି ନେଇ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇ କହିଛନ୍ତି ଯେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ହେବ। ଦର୍ଶକମାନଙ୍କ ଗହଣରେ ମ୍ୟାଚ ଲାଗି ଅନୁମତି ମଗାଯାଇଛି। ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ରିଲିଫ କମିଶନର ଓ କ୍ରୀଡ଼ା ସଚିବଙ୍କୁ ଚିଠି ଲେଖି ଅନୁମତି ମଗାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ ପାଇଁ ଏଥର ଟିକଟ ଦର ବଢ଼ିବ। ଟିକଟର ଜିଏସଟି ଦେବେ ଦର୍ଶକ। ବାରବାଟୀରେ ୪୪ହଜାର ସିଟର କ୍ଷମତା ରହିଛି। ଉଭୟ ଅନଲାଇନ ଓ ଅଫଲାଇନରେ ଟିକଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook