Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀରେ ଖେଳାଯିବ ଆନ୍ତଃରାଜ୍ୟ ଟି-୨୦

    Share on :
    ajab-Image
    Date: Sep 9, 2023    Views: 3387

    କଟକ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ କଟକ ବାରବାଟି ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ ଟି-୨୦ ଟୁର୍ଣ୍ଣାମେଣ୍ଟ। ବାରବାଟି ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ୍ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଣ୍ଟ କୁ ବିସି ମେମୋରିଆଲ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖାଯାଇଛି।

    ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଗ୍ରୁପ୍‌ରେ ଖେଳାଯିବାକୁ ଥିବା ବେଳେ ମୋଟ ୮ଟି ଟିମ୍ ଖେଳିବେ। ଚଳିତ ସେପ୍ଟେମ୍ୱର ମାସ ୧୫ ରୁ ୨୨ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଝାଡ଼ଖଣ୍ଡ , ଛତିଶଗଡ, ହିମାଚଳ ପ୍ରଦେଶ, ଆସାମ, ହାଇଦ୍ରାବାଦ, କେରଳ ସମେତ ଓଡ଼ିଶା ଏ ଓ ଓଡ଼ିଶା ବି ଖେଳିବେ।

    ଏହି ଟୁର୍ଣ୍ଣାମେଣ୍ଟରେ ଆଇପିଏଲ ଷ୍ଟାର ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ମାସ ୨୨ ତାରିଖରେ ଖେଳାଯିବ।

    ସବୁଠାରୁ ବଡ କଥା ହେଲା ଦର୍ଶକମାନେ ମାଗଣାରେ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ଏହା ସହ ଖେଳର ସିଧାପ୍ରସାରଣ ଫ୍ୟାନ କୋଡ ଆପ୍ସ ମାଧ୍ୟମରେ ଦେଖିପାରିବେ। ପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ୍ କୁ ୫୦ ହଜାର ଟଙ୍କା ନଗଦ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

    Maximum 500 characters

    ଖେଳ ଖବର View all

    Find Us on Facebook