Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରବିବାର ହେଲେ ବି ଆଜି ଖୋଲା ରହିବ ବ୍ୟାଙ୍କ

    Share on :
    ajab-Image
    Date: Mar 31, 2024    Views: 4681

    ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି । ଆଜି ରବିବାରରେ ବି ଖୋଲା ରହିବ ଦେଶର ସମସ୍ତ ବ୍ୟାଙ୍କ । ଚଳିତ ଆର୍ଥିକ ବର୍ଷର ଆଜି ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ ।
    ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷ ତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ । ଏଥିଲାଗି ସମସ୍ତ ବ୍ୟାଙ୍କକୁ କାମ କରିବାକୁ କୁହାଯାଇଛି । ଏହାସହ  NEFT ଓ RTGS  କାରବାର ମଧ୍ୟ ରାତି ୧୨ଟା ପର୍ୟ୍ୟନ୍ତ ଜାରି ରହିବ ।  ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ  ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ । ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା । ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡିଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଓ ଆଜି ରବିବାର ଛୁଟି ରଦ୍ଦ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook