Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ରବିବାର ସତ୍ତ୍ୱେ ବ୍ୟାଙ୍କ ଖୋଲା

    Share on :
    ajab-Image
    Date: Sep 27, 2026    Views: 3012

    ନୂଆଦିଲ୍ଲୀ : ଆଜି ରବିବାର ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଖୋଲା ରହିଛି । ଆସନ୍ତାକାଲିଠାରୁ ତିନି ଦିନ ପାଇଁ ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ୧୨ଟି ବ୍ୟାଙ୍କର ସାଢେ ୭ ଲକ୍ଷ କର୍ମଚାରୀ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ଦାବିରେ ଧର୍ମଘଟକୁ ଓହ୍ଲାଇବେ । ଏହାକୁ ନଜରରେ ରଖି ଆଜି ରବିବାର ସତ୍ବେ ବ୍ୟାଙ୍କ ଖୋଲା ରହିଛି । ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
    ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ରବିବାର ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରହିବ । ଯେହେତୁ ଘରୋଇ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ଅଂଶଗ୍ରହଣ କରୁନାହାଁନ୍ତି, ତେଣୁ ଆଜି ସେମାନେ ବନ୍ଦ ରହିବାର ସମ୍ଭାବନା ଅଛି । ତଥାପି, ଘରୋଇ ବ୍ୟାଙ୍କ ଗ୍ରାହକମାନେ ଆଜିର ଛୁଟିଦିନର ସ୍ଥିତି ଜାଣିବା ପାଇଁ ସେମାନଙ୍କ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରନ୍ତୁ ।
    ସେହିଭଳି ବ୍ୟାଙ୍କ ଧର୍ମଘଟ ସମୟରେ, ମାସିକ ମାଗଣା ସୀମା ସରିବା ପରେ ମଧ୍ୟ SBI ଏବଂ PNB ସମେତ ସମସ୍ତ ସରକାରୀ ବ୍ୟାଙ୍କର ATM ରୁ ଟଙ୍କା ଉଠାଇବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ୧୦ ବର୍ଷର ବ୍ୟବଧାନ ପରେ ରବିବାର ବ୍ୟାଙ୍କଗୁଡ଼ିକ ଖୋଲିଛି । ପୂର୍ବରୁ ୨୦୧୬ରେ ବିମୁଦ୍ରାକରଣ ପରେ, ନଭେମ୍ବର ୧୪ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook