Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୩ ସରକାରୀ ବ୍ୟାଙ୍କର ହେବ ଘରୋଇକରଣ

    Share on :
    ajab-Image
    Date: Aug 1, 2020    Views: 4523

    ନୂଆଦିଲ୍ଲୀ: ତିନିଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ନିତି ଆୟୋଗ ପ୍ରସ୍ତାବ ଦେଇଛି । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଘରୋଇକରଣ କରିବାକୁ ପ୍ରସ୍ତାବ ଦିଆଯାଇଛି । କେବଳ ସେତିକି ନୁହେଁ ସମସ୍ତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରିବାକୁ ମଧ୍ୟ ନିତି ଆୟୋଗ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଆର୍ଥିକ କ୍ଷେତ୍ରକୁ ନେଇ ଆୟୋଗ ଅନେକ ପ୍ରକାର ସଂସ୍କାର ମୂଳକ ପ୍ରସ୍ତାବ ଦେଇଛି । ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ ଗୁଡ଼ିକୁ ବଣ୍ଡ ବଜାରରେ ଭାଗ ନେବାର ଅନୁମତି ଦେବା ଲାଗି ମଧ୍ୟ ସରକାରଙ୍କୁ କୁହାଯାଇଛି । ଜିଡିପିକୁ ଘରୋଇ ଋଣର ଅବଦାନ ବର୍ତ୍ତମାନର ୫୪ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିବା ଲାଗି ଏଭଳି ପଦକ୍ଷେପ ଜରୁରୀ ବୋଲି ନିତି ଆୟୋଗ କହିଛି । ଗତ ବର୍ଷ ସରକାର ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଘୋଷଣା କରି ଚାରିଟି ବଡ଼ ବ୍ୟାଙ୍କ ଗଠନ କରିଥିଲେ । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook