ମୁଖ୍ୟ ଖବର
ଭଦ୍ରକ: ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜାରି । ଭଦ୍ରକ ଜିଲ୍ଲାରେ ୩୦୦ ରୁ ଅଧିକ ଲୋକଙ୍କ କାଗଜପତ୍ର ଯାଞ୍ଚ । ଯେଉଁଥିରେ ୮ ଜଣ ବାସୁଦେବପୁର ଥାନାରେ ଅଟକ । ଏଥିସହ ଉପକୂଳ ଥାନା ଓ ସାମୁଦ୍ରିକ ଥାନା ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରୁଥିବା ନେଇ ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଭଦ୍ରକ ଜିଲ୍ଲାରେ ମାସେ ହେବ ଆରମ୍ଭ ହୋଇଛି ବାଂଲାଦେଶୀ ଓ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା । ଜିଲ୍ଲାର ସମସ୍ତ ଥାନାରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଉପକୂଳ ଅଞ୍ଚଳରେ ଥିବା ଥାନା ଓ ସାମୁଦ୍ରିକ ଥାନା ଅଞ୍ଚଳରେ ଭଦ୍ରକ ପୁଲିସ ବିଶେଷ ଧ୍ୟାନ ଦେଉଥିବା ବେଳେ ବାସୁଦେବପୁର , ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ଜୋରଦାର ଯାଞ୍ଚ ହେଉଛି । ପୁଲିସ ସହ ସ୍ପେଶାଲ ବ୍ରାଞ୍ଚ ମଧ୍ୟ ଯାଞ୍ଚ ରେ ସାମିଲ ହୋଇଛି । ଏବେ ପର୍ୟ୍ୟନ୍ତ ୩୦୦ ଜଣରୁ ଅଧିକଙ୍କ ଯାଞ୍ଚ ଚାଲିଛି । ବିଶେଷ କରି ଫେରି କରୁଥିବା ଲୋକଙ୍କ ଉପରେ ନଜର ରହିଛି । ଯେଉଁମାନଙ୍କ ଉପରେ ସନ୍ଦେହ ହେଉଛି ସେମାନଙ୍କୁ ଭଦ୍ରକରେ ଥିବା ରାତ୍ରି ଆଶ୍ରୟସ୍ଥଳରେ ରଖାଯାଇ ଯାଞ୍ଚ ହେଉଛି ।
Comments ସମସ୍ତ ମତାମତ