Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ତାରିକ ରହମାନ

    Share on :
    ajab-Image
    Date: Feb 14, 2026    Views: 3485

    ଢାକା: ଦୀର୍ଘ ଦୁଇ ଦଶନ୍ଧି ପରେ ବାଂଲାଦେଶର ଶାସନ କ୍ଷମତାକୁ ଫେରିଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)। ଗତକାଲି ଅନୁଷ୍ଠିତ ଦେଶର  ସଂସଦୀୟ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ବିଏନ୍‌ପି  ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ଐତିହାସିକ ସଫଳତା ପାଇଛି। ବାଂଲାଦେଶ ନିର୍ବାଚନ କମିସନଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ, ମୋଟ ୨୯୯ଟି ଆସନରୁ ବିଏନ୍‌ପି ମେଣ୍ଟ ୨୧୨ଟି ଆସନ ଜିତି ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ଇସଲାମିକ୍‌ ଦଳ ଜମାତ-ଏ-ଇସଲାମୀ ୭୭  ଆସନ ସହ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ଛାତ୍ର ଆନ୍ଦୋଳନରୁ ଜନ୍ମ ନେଇଥିବା ‘ନ୍ୟାସ୍‌ନାଲ ସିଟିଜେନ୍ ପାର୍ଟି’ (ଏନ୍‌ସିପି) ମାତ୍ର ୫-୬ଟି ଆସନରେ ସୀମିତ ରହିଛି। ଚଳିତ ନିର୍ବାଚନରେ ମୋଟ ୫୯.୪୪% ମତଦାନ ହୋଇଥିବା ରେକର୍ଡ କରାଯାଇଛି। ୧୭ ବର୍ଷର ନିର୍ବାସନ ପରେ ସ୍ୱଦେଶ ଫେରିଥିବା ତାରିକ ରହମାନ ବୋଗରା-୬ ଏବଂ ଢାକା-୧୭ ଉଭୟ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସୂଚନା ମୁତାବକ, ସେ ଆଆଜି ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମା’ ଖାଲେଦା ଜିଆଙ୍କ ବିୟୋଗ ଯୋଗୁଁ ସେ ନିର୍ବାଚନୀ ବିଜୟ ଉତ୍ସବ ପାଳନ ନ କରିବାକୁ କର୍ମୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଶୁକ୍ରବାର ଦେଶବ୍ୟାପୀ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜନ କରାଯାଇଛି।
    ବିଏନ୍‌ପିର ବିଜୟ ଯୋଗୁ ଭାରତ-ବାଂଲାଦେଶ ସଂପର୍କରେ ଦ୍ରୁତ ସୁଧାର ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାରିକ ରହମାନଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇବା ସହ ଏକ ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ବାଂଲାଦେଶ ଗଠନରେ ଭାରତର ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ କହିଛନ୍ତି ଯେ ଏହି ବିଜୟ ବାଂଲାଦେଶବାସୀଙ୍କ ଆସ୍ଥା ଓ ଜନାଦେଶର ପ୍ରତିଫଳନ। ମୋଦୀଙ୍କ ଏହି ବାର୍ତ୍ତା ପୂର୍ବ ତିକ୍ତତାକୁ ଦୂର କରି ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ଥରେ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook