ମୁଖ୍ୟ ଖବର
ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତେବେ ଭାରତ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ। ୧୨୫ ରନରେ ସର୍ଫରାଜ ଅପରାଜିତ ରହିଛନ୍ତି। ତାଙ୍କ ସହ ଋଷଭ ପନ୍ତ ମଧ୍ୟ ଅର୍ଦ୍ଧଶତକ ହସଲ କରିଛନ୍ତି। ଋଷଭ ପନ୍ତ ୫୨ ରନ କରି ଅପରାଜିତ ଅଛନ୍ତି।
ଭାରତ ୨ୟ ପାଳିରେ ଜୟସଓ୍ବାଲ ୩୫ ରନ ଓ ରୋହିତ ଶର୍ମା ୫୨ ରନ କରି ଆଉଟ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ ସର୍ଫରାଜ ଖାନ ପାରିକୁ ସମ୍ଭାଳିଥିଲେ। ଖେଳର ୩ୟ ଦିବସରେ କୋହଲି ୭୦ ରନ କରି ଆଉଟ୍ ହୋଇଯିବା ପରେ ଋଷଭ ପନ୍ତ ଓ ସର୍ଫରାଜ ଖାନ ସ୍କୋରକୁ ଆଗେଇନେବାରେ ସହାୟତା କରିଛନ୍ତି।
Comments ସମସ୍ତ ମତାମତ