Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବାଉଁଶ ପାତିଆ ଘର ବେପାର ଜମିବ

    Share on :
    ajab-Image
    Date: Sep 7, 2023    Views: 2879

    ଭୁବନେଶ୍ୱର: ଆସୁଛି ଗଣେଶ ପୂଜା, ଦଶହରା ଓ ଲକ୍ଷ୍ମୀ ପୂଜା। ପୂଜା ପାଇଁ ମୂର୍ତ୍ତି କାରିଗର, ଟେଣ୍ଟ ହାଉସ୍‌, ମେଲୋଡି, ଫୁଲ ବ୍ୟବସାୟୀଙ୍କ ପରି ବାଉଁଶ କାରିଗର ଏବେ ବ୍ୟସ୍ତ।ପାର୍ବଣରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ପୂଜା ପେଣ୍ଡାଲରେ ବାଉଁଶ ପାତିଆ ଘର ଭିତରେ ଠାକୁର ପୂଜା ପାଆନ୍ତି। ଫଳରେ ଏବେ ବେପାର ଜମିବ ବୋଲି ବାଉଁଶ କାରିଗରମାନେ ଆଶା ବାନ୍ଧିଛନ୍ତି। ଏହି କାରିଗରମାନଙ୍କର କୁଳ ବେଉସା ଦିନକୁ ଦିନ ବୁଡ଼ିବାକୁ ବସିଥିବା ବେଳେ, ବହୁ ଝଡ଼ଝଞ୍ଜା ସହି ଏମାନେ ନିଜ ଜୀବିକାକୁ ହରାଇ ନାହାନ୍ତି। ତିଆରି କରି ରଖିବାକୁ ଜାଗା ନଥିବାରୁ ବିକ୍ରି ହେବା ମାତ୍ରେ କାରିଗରମାନେ ଦିନରାତି ଲାଗି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ପିଲା ହେଉ କି ବୁଢ଼ା, ସମସ୍ତେ ଏହି କାମରେ ଲାଗି ପଡ଼ିଛନ୍ତି।

    ଚଳିତବର୍ଷ ପୂଜା ପାଇଁ ବାଉଁଶ କାରିଗରମାନେ ବିଭିନ୍ନ ରକମର ବାଉଁଶ ଘର ତିଆରି କରିବା ଆରମ୍ଭ କଲେଣି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ରଙ୍ଗରେ ସଜାଉଛନ୍ତି।  ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ ଓ ଶିଶୁ ଭବନ ଛକରେ ଏହି କାରିଗରଙ୍କ ହାଟ ବସେ ଓ ପୂଜା ପୂର୍ବରୁ ବିଭିନ୍ନ ଛୋଟ ଛୋଟ ଘର ତିଆରି ଚାଲିଛି। ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଓ ଆଦିବାସୀ ପଡ଼ିଆ ନିକଟରେ ପ୍ରାୟ ୨୦ଟି ପରିବାର ପ୍ରତିବର୍ଷ ଏହି ବେପାର କରୁଛନ୍ତି। ୫୦ରୁ ଅଧିକ କାରିଗର କାମରେ ଲାଗିଛନ୍ତି।

    Maximum 500 characters

    ଘରକରଣ View all

    Find Us on Facebook