Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଲିଯାତ୍ରା, ରାତି ୧୧ଟା ଯାଏ ମଞ୍ଚରେ ସାଉଣ୍ଡ ଅନୁମତି

    Share on :
    ajab-Image
    Date: Nov 2, 2025    Views: 3582

    କଟକ: ଆସନ୍ତା ୫ ରୁ ୧୨ ତାରିଖ ପର୍ୟ୍ୟନ୍ତ ଐତିହାସିକ ବାଲିଯାତ୍ରା ଆୟୋଜିତ ହେବ । ଏହି ଅବସରରେ ଚଳିତ ବର୍ଷ ଗଣକବି ବୈଷ୍ଣବ ପାଣି ମଞ୍ଚ, ଅକ୍ଷୟ ମହାନ୍ତି ମଞ୍ଚ, କଟକ ଇନ୍‌ କଟକ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବାର କାର୍ୟ୍ୟକ୍ରମ ରହିଛି । ବିଭିନ୍ନ ଦେଶ, ରାଜ୍ୟ ଓ ରାଜ୍ୟ ବାହାରୁ ଏବଂ ବିଭିନ୍ନ ସାଂସ୍କୃତିକ ଦଳ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ପ୍ରଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ମହୋତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ଭିଆଇପି, ଭିଭିଆଇପି ଯୋଗଦେବାର ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସାଧାରଣ ଜନତାଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗଣକବି ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ୟ୍ୟନ୍ତ ଲାଉଡସ୍ପିକର/ ସାଉଣ୍ଡ୍‌ ସିଷ୍ଟମ ବ୍ୟବହାର କରିବାକୁ ଆବଶ୍ୟକୀୟ ଅନୁମତି ପ୍ରଦାନ କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook