Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ

    Share on :
    ajab-Image
    Date: Jan 20, 2026    Views: 2970

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର ଘୂରି ବୁଲୁଛି । ଯାହା ଏବେ ଶ୍ରଦ୍ଧାଳୁଙ୍କ ମନରେ ବିସ୍ମୟ ସୃଷ୍ଟି କରିବା ସହିତ ପୋଷ୍ଟ ପ୍ରତି ଆଶଙ୍କା ପ୍ରକାଶ କରୁଛନ୍ତି । ଏହି ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ବଳଦେବ ସେନା ପକ୍ଷରୁ ଏସ୍‌ପିଙ୍କୁ ଅଭିଯୋଗପତ୍ର ସୋମବାର ପ୍ରଦାନ କରାଯାଇଛି ।

    ସେନା ସଭାପତି ପପୁନ କୁମାର ସ୍ବାଇଁ କହିଛନ୍ତି, ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ମନ୍ଦିର ଏକ ସନାତନୀ ଆଧ୍ୟାତ୍ମ୍ୟସ୍ଥଳୀ। ଏହା ୪୦୦ ବର୍ଷ ପୂର୍ବେ ଇଚ୍ଛାପୁରରେ ସ୍ଥାପିତ ହୋଇଥିବା ବେଳେ ସାରା ଦେଶରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଏହାର ସୁରକ୍ଷା ପ୍ରତି କାହାରି ନଜର ନାହିଁ । ଅପରପକ୍ଷରେ କୌଣସି ଏକ ବ୍ୟକ୍ତି ଛଦ୍ମନାମ ବ୍ୟବହାର କରି ଏହି ମନ୍ଦିର ସହିତ ବହୁ ପୁରାତନ ଲଛମନଜୀଉ ମନ୍ଦିର ବୋମାରେ ଉଡାଇ ଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦେଇଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook