Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି

    Share on :
    ajab-Image
    Date: Aug 16, 2026    Views: 2223

    ଭୁବନେଶ୍ବର : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ତିରୋଧାନ ଦିବସ । ଭୁବନେଶ୍ୱର ଏମ୍ସ ପରିସରରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଟଳ ବିହାରୀ ବାଜପେୟୀ ସାରା ବିଶ୍ଵରେ ଭାରତକୁ ଅଦ୍ୱିତୀୟ ଶକ୍ତିରେ ପରିଣତ କରିଥିଲେ । ତାଙ୍କ ନେତୃତ୍ୱରେ ୧୪୬ ନମ୍ବରରୁ ଭାରତ ୬ ନମ୍ବରକୁ ଆସିଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଜାତୀୟ ରାଜପଥ ସ୍ୱର୍ଣ୍ଣ ଚତୁର୍ଭୁଜ, ସ୍ଵଜଳ ଧାରା ପାନୀୟ ଜଳ କ୍ଷେତ୍ରରେ ବୈପ୍ଲବିକ କାମ କରି ଯାଇଛନ୍ତି ସ୍ବର୍ଗତ ଅଟଳ ବିହାରି ବାଜପେୟୀ । ଆଇଆଇଟି, ଏମ୍ସ ଭୁବନେଶ୍ଵର, ଅଏଲ ରେଫାଇନାରି ସ୍ଥାପନ, ଓଡ଼ିଶା ପ୍ରତି ବାଜପେୟୀଙ୍କ ଯଥେଷ୍ଟ ଅବଦାନ ରହିଛି । ତାଙ୍କର ଶ୍ରାଦ୍ଧ ଦିବସରେ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକେଇବା ସହ ଦେଶ ପ୍ରତି ତାଙ୍କର କୃତିତ୍ୱ ଓ ଅବଦାନକୁ ସ୍ମରଣ କରାଯାଇଥିଲା । ତାଙ୍କ ମାର୍ଗଦର୍ଶନକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ୟ୍ୟ କରି ଚାଲିଛନ୍ତି । ବାଜପେୟୀ ଦେଶର ବିକାଶର ମୂଳଦୂଆ ସ୍ଥାପନ କରିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ଦେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ସେ ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହିତ ଜଡ଼ିତ ଥିଲେ । କଲେଜରେ ପଢ଼ୁଥିବାବେଳେ ରାଜନୀତିରେ ପାଦ ଥାପିଥିଲେ । ୧୯୪୨ ମସିହାର ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୧୯୫୭ରୁ ୨୦୦୯ ମଧ୍ୟରେ ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ, ଯାହାକି ଏକ ରେକର୍ଡ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ତିନିଥର ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ରୁ୨୦୦୪ ପୁରା ୫ ବର୍ଷ ପ୍ରଧାନମନ୍ତ୍ରୀ ହୋଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook