Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାଇଚୁଙ୍ଗ ଭୂତିଆ ଦେଇଛନ୍ତି ସବୁଠାରୁ ଅଧିକ ଗୋଲ

    Share on :
    ajab-Image
    Date: Nov 17, 2021    Views: 3989

    ବାଇଚୁଙ୍ଗ ଭୁତିଆ ହେଉଛନ୍ତି କୋଲକାତା ଡର୍ବିର ସବୁଠାରୁ ପ୍ରସିଦ୍ଧ ଖେଳାଳୀ  । ସେ ଇଷ୍ଟବେଙ୍ଗଲ ପାଇଁ ୧୩ଟି ଓ ମୋହନ ବାଗାନ ପାଇଁ ୬ଟି ଗୋଲ କରିଥିଲେ  । ମୋଟ ଉପରେ ସେ ୧୯ ଗୋଲ କରି ରେକଡର଼୍ କରିଛନ୍ତି । ଯେତେବେଳେକି ଜୋସ ରାମିରେଜ ବାରେଟୋ ମୋହନ ବାଗାନ ନିମନ୍ତେ ଏକାକୀ ୧୭ଟି ଗୋଲ ସ୍କୋର କରିଛନ୍ତି  । ସେହିପରି ଚିମା ଓକୋରି ଇଷ୍ଟବେଙ୍ଗଲ ନିମନ୍ତେ ୧୦, ମୋହନ ବାଗାନ ପାଇଁ ୬ଟି ଗୋଲ କରି ତୃତୀୟ ସ୍ଥାନରେ ଅଛନ୍ତି  ।

    ମହମ୍ମଦ ହବିବ ଇଷ୍ଟବେଙ୍ଗଲ ନିମନ୍ତେ ୧୦ଟି ଗୋଲ କରିଥିବାବେଳେ ଶିଶିର ଘୋଷ ଇଷ୍ଟବେଙ୍ଗଲ ପକ୍ଷରୁ ଖେଳି ୩ଟି ଗୋଲ ଓ ମୋହନବାଗାନ ପାଇଁ ୮ଟି ଗୋଲ କରିପାରିଥିଲେ  । ଅପରପକ୍ଷରେ ଅଲଭିଟୋ ଡିକୁହ୍ନା ଇଷ୍ଟବେଙ୍ଗଲ ନିମନ୍ତେ ୮ଟି ଗୋଲ ସ୍କୋର କରିଛନ୍ତି  ।

    ଯଦି ହାଟ୍ରିକ କଥା କୁହାଯାଏ ତେବେ ଇଷ୍ଟ ବେଙ୍ଗଲ ପକ୍ଷରୁ ବାଇଚୁଙ୍ଗ ଭୂତିଆ ୩ଟି ଗୋଲ କରିଥିଲେ  । ଫେଡେ଼ରେସନ କପରେ ବାଇଚୁଙ୍ଗ ଏହି ସଫଳତା ଅର୍ଜନ କରିଥିଲେ  । ଅପରପକ୍ଷରେ ମୋହନ ବାଗାନ ପକ୍ଷରୁ ଚିଡ଼ି ଏଡେ଼ହ ହାଟ୍ରିକ କରିବାର ସୌଭାଗ୍ୟ ପାଇଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook