ମୁଖ୍ୟ ଖବର
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ସିଙ୍ଗର ଓ ରାପର ବାଦଶାହଙ୍କ ‘ଟେଟିରି’ ଗୀତ ଯୋଗୁଁ ସମସ୍ୟା କମିବାର ନାଁ ନେଉନି। ସୋସିଆଲ ମିଡିଆରେ କ୍ଷମା ମାଗିବା ସତ୍ତ୍ୱେ, ବାଦଶାହ ବିବାଦରେ ଘେରି ରହିଛନ୍ତି। ଗୋଟିଏ ପଟେ, ହରିୟାଣା ପୋଲିସକୁ ତାଙ୍କୁ ପାଇଁ ଗିରଫ ପାଇଁ ନିର୍ଦେଶ ମିଳିସାରିଛି, ଅନ୍ୟପଟେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଦେଇଛନ୍ତି ହତ୍ୟା ଧମକ। ପାନିପତରେ ଏକ ଗୁଳିକାଣ୍ଡ ଘଟଣା ପାଇଁ ନିଜକୁ ଦାୟୀ କରି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତାଙ୍କୁ ଏକ ନୋଟ୍ ପଠାଇଛି।
ଏହି ନୋଟ ରେଲେଖା ଅଛି, ଜୟ ମହାକାଳ, ଜୟ ଶ୍ରୀରାମ୍, ସମସ୍ତ ଭାଇମାନଙ୍କୁ ରାମ-ରାମ। ଆଜି ଅସଂଧ ରୋଡ, ପାନିପତରେ ୱେଷ୍ଟର୍ଣ୍ଣ ୟୁନିଅନ (ହାୱାଲା କାରବାର)ରେ ଥିବା ଗ୍ୟାରି ଏବଂ ଶାଙ୍କିଙ୍କ କାର୍ଯ୍ୟାଳୟରେ ଗୁଳିକାଣ୍ଡ ହୋଇଛି। ଏଥିପାଇଁ ମୁଁ ରଣଦୀପ ମାଲିକ ଏବଂ ଅନିଲ ପଣ୍ଡିତ (ଆମେରିକା)ଦାୟୀ। ଏହି ବ୍ୟକ୍ତିମାନେ ହାୱାଲା ମାଧ୍ୟମରେ ବିଦେଶକୁ ଟଙ୍କା ପଠାଇ ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚାଉଥିଲେ। ଆମେ ପୂର୍ବରୁ ସେମାନଙ୍କୁ ଫୋନ୍ ମାଧ୍ୟମରେ ଚେତାବନୀ ଦେଇଥିଲୁ, କିନ୍ତୁ ସେମାନେ ବୁଝିପାରିଲେ ନାହିଁ। ଆଜିର ଘଟଣା କେବଳ ଏକ ଟ୍ରେଲର ପୁରା ପିକଚର ଏବେ ବାକି ଅଛି। ହାୱାଲା କାର୍ଯ୍ୟରେ ଜଡିତ ଥିବା ଲୋକମାନେ ବହୁତ ଶୀଘ୍ର ନିଜକୁ ସୁଧାରି ନେବା ଉଚିତ, ନଚେତ୍ ସେମାନେ ଭୟଙ୍କର ପରିଣାମ ଭୋଗିବେ।ଏହି ସେହି ନୋଟରେ ବାଦଶାହାଙ୍କୁ ଆହୁରି ଧମକ ଦିଆଯାଇଥିଲା, ଲେଖାଯାଇଥିଲା, ସିଙ୍ଗର ବାଦଶାହା, ତୁମେ ହରିୟାଣାର ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଛ। ୨୦୨୪ ରେ ତୋର କ୍ଲବରେ ତୋତେ ଟ୍ରେଲର ଦେଖାଇଥିଲୁ। ଏଥର ଆମେ ସିଧାସଳଖ ତୋ ମୁଣ୍ଡକୁ ଗୁଳି କରିବୁ।’ ଏହି ନୋଟ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ଲେଖାଯାଇଛି।
ଉଲ୍ଲେଖନୀୟ ଯେ,’ ‘ଟେଟିରି’ ବିବାଦରେ, ରେଣୁ ଭାଟିଆ ରାପର ବାଦଶାହାଙ୍କ ଗିରଫ ଦାବି କରିଥିଲେ, ଏବଂ ତାଙ୍କ ଶୋ'କୁ ବ୍ୟାନ୍ କରିବା ଏବଂ ତାଙ୍କ ପାସପୋର୍ଟ ଜବତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ନିକଟରେ, ମହିଳା କମିଶନ ଅଧ୍ୟକ୍ଷା ରେଣୁ ଭାଟିଆ ମଧ୍ୟ ବାଦଶାହାଙ୍କୁ ଖୋଲାଖୋଲି ଚେତାବନୀ ଦେଇଥିଲେ। ସେ କହିଥିଲେ, କମିଶନ ଏବେ ହରିୟାଣାର ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ପଦକ୍ଷେପ ନେଇଛନ୍ତି।
Comments ସମସ୍ତ ମତାମତ