Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ

    Share on :
    ajab-Image
    Date: Apr 23, 2026    Views: 3209

    ଡେରାଡୁନ: ଆଜି ସକାଳ ୬ଟା ୧୫ରେ ପୁନର୍ବାସୁ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧି ଯୋଗରେ ଭୁ-ବୈକୁଣ୍ଠ ବଦ୍ରିନାଥ ଧାମର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। ବୁଧବାର ସକାଳେ ପାଣ୍ଡୁକେଶ୍ୱରର ଯୋଗ-ଧ୍ୟାନ ବଦ୍ରି ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲ କଳଶ ଯାତ୍ରା ଏବଂ ଦେବ ଡୋଲି ଧାମ ଅଭିମୁଖେ ବାହାରିଥିଲା। ଯାତ୍ରା ମାର୍ଗର ପ୍ରମୁଖ ଷ୍ଟପେଜରେ ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତମାନେ ଡୋଲି ଯାତ୍ରାକୁ ସ୍ୱାଗତ କରିଥିଲେ। ବାମନି ଗ୍ରାମର ନନ୍ଦ ଦେବୀ ମନ୍ଦିରରେ କୁବେରଜୀଙ୍କ ପ୍ରତିମାକୁ ରାତ୍ରି ଭୋଗ ଏବଂ ରାୱଲ ନିବାସରେ ଉଦ୍ଧବଜୀଙ୍କ ପ୍ରତିମାକୁ ରାତ୍ରି ଭୋଗ ପ୍ରଦାନ କରାଯାଇଥିଲା। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook