Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    'ବିଜେଡି କେତେ ଖଣି ଲୁଟିଛି ବିଧାନସଭାରେ କହିବୁ'- ବାବୁ ସିଂ

    Share on :
    ajab-Image
    Date: Sep 10, 2026    Views: 2494

    ଭୁବନେଶ୍ୱର: ବିଜୁ ଜନତା ଦଳ MMDR ଆଇନ ନେଇ କହିବା ଗୋଟିଏ ହାସ୍ୟସ୍ପଦ କଥା l ବିଜୁ ଜନତା ଦଳର ନେତା ସ୍ପଷ୍ଟ କରନ୍ତୁ ରାଜ୍ୟ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଖଣି ସମ୍ପଦରୁ କ୍ଷତି ହେଉଛି l ଆଲୋଚନା ଓ ଡିବେଟ୍ କୁ ଆସନ୍ତୁ । ଏପରି କହି ବିରୋଧୀ ବିଜେଡିକୁ ଖୋଲା ଆହ୍ବାନ ଦେଇଛନ୍ତି, ବିଜେପି ବିଧାୟକ ବାବୁ ସିଂ ।ଏମ୍‌ଏମ୍‌ଡିଆର୍ (MMDR) ଆଇନ ପ୍ରତ୍ୟାହାର ଦାବିରେ ଆଜି ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପ୍ରତିବାଦ କରାଯାଇଛି । ପରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ MMDR ଆଇନ ପ୍ରତ୍ୟାହାର ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଗତକାଲି (ମଙ୍ଗଳବାର) ମଧ୍ୟ ଏହାକୁ ନେଇ କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ୍ ଶାସକ ଦଳକୁ ଟାର୍ଗେଟ କରିଥିଲା l

    ତେବେ ବିଜେଡି କେତେ ଖଣି ଲୁଟିଛି ବିଧାନସଭାରେ ଜବାବ ଦେବୁ l MMDR ବିରୋଧରେ ପ୍ରତିବାଦ ପରେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ବିଜୁ ଜନତା ଦଳ MMDR ଆଇନ ନେଇ କହିବା ଗୋଟିଏ ହାସ୍ୟସ୍ପଦ କଥା l ବିଜୁ ଜନତା ଦଳର ନେତା ସ୍ପଷ୍ଟ କରନ୍ତୁ ରାଜ୍ୟ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଖଣି ସମ୍ପଦରୁ କ୍ଷତି ହେଉଛି l ଆଲୋଚନା ଓ ଡିବେଟ୍ କୁ ଆସନ୍ତୁ । ଯେଉଁମାନେ ଅତୀତରେ ଏ ବିଲ୍ କୁ ସମର୍ଥନ କରିଥିଲେ, 2004 ମସିହାରେ ବିଧାନସଭାରେ ଏକ ଆଇନ ପ୍ରଣୟନ କଲେ, ଯାହା ଉପରେ ସ୍ପଷ୍ଟତା ଆଣିବା ପାଇଁ ହାଇକୋର୍ଟ ତାଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ l ୨୦୦୪ ମସିହାରେ ଏ ସମ୍ପର୍କିତ ଆଇନ ପ୍ରଣୟନ ହୋଇଥିବା ପ୍ରସଙ୍ଗ ଉଠାଇ ଅତୀତରେ ଏହାକୁ ସମର୍ଥନ କରିଥିବା ଲୋକମାନେ ଏବେ କାହିଁକି ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ମାମଲା ଯିବା ପ୍ରସଙ୍ଗ ମଧ୍ୟ ଉଠିଛି । ୨୦୦୪ରୁ ୨୦୧୧ ମଧ୍ୟରେ ସୁପ୍ରିମକୋର୍ଟରେ ମାମଲା ଯିବା ପରେ ମଧ୍ୟ ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ସମୟ ଥିଲା । କିନ୍ତୁ ଓକିଲ ନିଯୁକ୍ତ କରି ମାମଲାକୁ କେବଳ ଘୁଞ୍ଚାଇ ଚାଲିଲେ । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଥିଲା । ଏହି ସମୟ ମଧ୍ୟରେ ଖଣି ରୟାଲିଟି ଓ ଖଣି ଟିକସ କେତେ ବୃଦ୍ଧି ପାଇଲା । ଯେତେବେଳେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ, 2014 ମସିହାରେ ଏବଂ ଯେତେବେଳେ ଆମେ ହଜାର କୋଟି ଟଙ୍କା ଦେଖିବା ସ୍ୱପ୍ନ ହେଉଥିଲା, ସେତେବେଳେ ପଚାଶ ହଜାର କୋଟି ଟଙ୍କା ରାଜ୍ୟ ପାଇଲା l"


    "ଓଡ଼ିଶାର ଅଧିକାର ଓ ଖଣି ରାଜସ୍ୱକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ‘କେନ୍ଦ୍ର ସବୁ ନେଇଗଲା’ ବୋଲି ଏକ ଭ୍ରମ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଭିନ୍ନ ବାତାବରଣ ତିଆରି କରାଯାଉଛି l ସ୍ପଷ୍ଟ ଭାବେ ଆଲୋଚନା ହେଉ, ଡିବେଟ୍ ହେଉ, ଏହା ଉପରେ କିଏ କଣ ମତ ରଖୁଛନ୍ତି, ରାଜ୍ୟବାସୀ ମଧ୍ୟ ଜାଣିବା ଦରକାର l ଏମିତି ନୁହଁ ଯେ ଯିଏ ଯେଉଁଠି ଯାହା ପାଇଲା କହିଦେଲା, ସେ କଥା ନୁହେଁ । ସ୍ପଷ୍ଟ ଭାବେ ବିଧାନସଭାରେ ମଧ୍ୟ ଆଲୋଚନା ହେବ l ବିଧାନସଭାରେ ବିଜୁ ଜନତା ଦଳ ଚବିଶ ବର୍ଷ ଭିତରେ ଖଣି ରାଜସ୍ୱ କେତେ ପାଇଛି, ଖଣି ରାଜସ୍ୱ କେଉଁ କେଉଁ ଲୋକଙ୍କୁ ଛାଡ଼ କରିଛି ଏବଂ ତାଦ୍ଵାରା ରାଜ୍ୟର କେତେ କ୍ଷତି ହୋଇଛି, ସେ କଥା ମଧ୍ୟ ଆଲୋଚନା ହେବ l ଓଡ଼ିଶାର କୌଣସି କ୍ଷତି ହେବ ନାହିଁ । ଓଡ଼ିଶା ଯେତିକି ଭାଗ ପାଇବା କଥା, ତାର ସେତିକି ଭାଗ ପାଇବ l ଗୋଟିଏ ପର୍ସେଣ୍ଟ ମଧ୍ୟ ଭାଗ ଓଡ଼ିଶାର କମିବ ନାହିଁ । ତା ସତ୍ତେ ଲୋକମାନଙ୍କୁ ଭୂଆଁ ବୁଲେଇବା ପାଇଁ, ଲୋକମାନଙ୍କ ମନ ଭିତରେ ଗୋଟିଏ ଭୟ ସଞ୍ଚାର କରି, ଓଡ଼ିଶାରୁ କେନ୍ଦ୍ର ସବୁ ନେଇଗଲା । ଏ କଥା କହି ଲୋକମାନଙ୍କ ଭିତରେ ଗୋଟିଏ ଭୟ ସଞ୍ଚାର କରୁଛନ୍ତି, ଲୋକଙ୍କ ଭିତରେ ଗୋଟିଏ ଭିନ୍ନ ବାତାବରଣ ସୃଷ୍ଟି କରୁଛନ୍ତି," ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ବାବୁ ସିଂ l

    Maximum 500 characters

    ରାଜନୀତି View all

    Find Us on Facebook