Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବାବୁ ସିଂଙ୍କ ମାଡ଼ ତତ୍ତ୍ବ: ମଦୁଆଙ୍କୁ ରାସ୍ତାରେ ହେବ ମାଡ଼

    Share on :
    ajab-Image
    Date: Jun 1, 2025    Views: 6548

    ଭୁବନେଶ୍ୱର:   ରାସ୍ତାରେ ଦେଖିଲେ ମଦୁଆଙ୍କୁ ମାଡ଼ ହେବ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେପଟେ ନିଶାମୁକ୍ତ ଓଡ଼ିଶା ପାଇଁ କଠୋର ଅବକାରୀ ଆଇନ୍‌ ଆଣୁଛନ୍ତି ରାଜ୍ୟ ସରକାର ।
    ବେଇଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେଁ ଜୀବନ ସଂକଳ୍ପ କାର୍ୟ୍ୟକ୍ରମ ଚାଲିଥିଲା ଲୋକସେବା ସମ୍ମିଳନୀ କକ୍ଷରେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସଚିବ ଓ ତମାମ ଅଧିକାରୀ ଉପସ୍ଥିତ ଥିଲେ । ହଠାତ୍ ଭାଷଣ ଦେଉ ଦେଉ ବାବୁ ସିଂ କହିଲେ ମଦୁଆଙ୍କୁ ରାସ୍ତାରେ ଦେଖିଲେ ମାଡ଼ ମରାଯିବ । ଆଉ ଭୁବନେଶ୍ବରରୁ ଆରମ୍ଭ ହେବ ମଦ ବନ୍ଦ ଅଭିଯାନ ।  ପୁଲିସ ବାହିନୀ କଡ଼ା ପଦକ୍ଷେପ ସହ ସଂକଳ୍ପ ନିଅନ୍ତୁ ।  ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡ଼ାଇବାକୁ ସଂକଳ୍ପ ନେବି ।
    ଉପକୂଳରୁ ଉପାନ୍ତ, ମୟୁରଭଞ୍ଜରୁ ମାଲକାନଗିରି ଚାରିଆଡ଼େ ଚରିଗଲାଣି ନିଶା କାରବାର । ପୁଲିସ ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ କରୁଛନ୍ତି ବେଧଡ଼କ ନିଶା କରାବାର । କେତେବେଳେ ଅପମିଶ୍ରିତ ମଦ ପିଇ ଲୋକଙ୍କ ଜୀବନ ଯାଉଛି, ଆଉ କେତେବେଳେ ଡ୍ରଗ୍ସ , ଗଂଜେଇ ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି । ତେଣୁ ବେଆଇନ ନିଶା କାରାବାର ଉପରେ ଅଙ୍କୁଶ ଲଗେଇବାକୁ କଠୋର ଆଇନ ଆଣୁଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ମାସେ ଭିତରେ ଆସୁଛି ୩ ବର୍ଷିଆ ଅବକାରୀ ନୀତି । ଖାଲି ସେତିକି ନୁହେଁ ନିଶାଡ଼ି ଓ ମାଫିଆଙ୍କୁ ସାବାଡ଼ କରିବାକୁ ଦଣ୍ଡ ବ୍ୟବସ୍ଥା ଅଧିକ ହେବ । ଏହାସହିତ ସେସନ କୋର୍ଟରେ ନିଯୁକ୍ତ ହେବ ସ୍ବତନ୍ତ୍ର ଅବକାରୀ ଓକିଲ । ଅବକାରୀ ମନ୍ତ୍ରୀ କହିଛନ୍ତି, ମଦର ପ୍ରସାର ବନ୍ଦ ହେବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଚେତନତା ଆଳରେ କହିଛନ୍ତି, ଏକ ପ୍ୟାକେଟ୍‌ ସିଗାରେଟ୍ ୨୮ ମିନିଟର ଆୟୁ କମାଏ । ଆଗ  ନିଶା କାରବାର ଉପରେ ରୋକ୍ ଲାଗିବ ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook