ମୁଖ୍ୟ ଖବର
ମାଷ୍ଟରକାଣ୍ଟିନରେ କିଛି ଦିନ ପୂର୍ବରୁ ବିଭିନ୍ନ ଦାବି ନେଇ ସେଠାରେ ଅନଲାଇନ ଅଟୋ ଚାଳକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏହି ବିକ୍ଷୋଭ ସ୍ଥାନ ରଣକ୍ଷେତ୍ର ପାଲଟିଥିଲା । କିଛି ଅଟୋ ଚାଳକ ବିକ୍ଷୋଭ ନାମରେ ସେଠାରେ ହିଂସା ଘଟାଇଥିଲେ । ଏହି ଘଟଣାରେ ପୁଲିସ ଅନେକ ଅଟୋ ଚାଳକଙ୍କୁ ଗିରଫ କରିଥିଲା । ଏହା ମଧ୍ୟରେ ଆଜି ୨୭ ଜଣ ଅନଲାଇନ ଅଟୋ ଚାଳକ ଜାମିନରେ ମୁକୁଳିଛନ୍ତି । ଝାରପଡା ଜେଲରୁ ମୁକୁଳିବା ପରେ ସେଠାରେ ଭାବ ବିହ୍ବଳ ପରିବେଶ। ବିନା ଦୋଷରେ ସେମାନଙ୍କୁ ଗିରଫ କରି ପୋଲିସ ଜେଲ ପଠାଇଥିବାର ସେମାନେ ଅଭିଯୋଗ କରିଛନ୍ତି । ଗତ ମାସରେ ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟିଥିଲା । ଘଟଣାରେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଙ୍ଘର ସଭାପତି ଦୀନବନ୍ଧୁ ନାୟକଙ୍କ ସମେତ ୧୧୫ ଜଣ ଗିରଫ ହୋଇଥିଲେ । ୬୦ ଜଣକୁ ଉତ୍ତମ ବ୍ୟବହାର ପାଇଁ ପୁଲିସ ଛାଡିଦେଇଥିଲା । ଆଉଏହି ଘଟଣାରେ ୩୫୪ଟି ଅଟୋ ଜବତ କରିଥିଲା ପୁଲିସ । ବର୍ତ୍ତମାନ ମଧ୍ୟ ଅନେକ ଅଟୋ ଚାଳକ ଜେଲରେ ଥିବାବେଳେ ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଙ୍ଘର ସଭାପତି ଦିନବନ୍ଧୁ ନାୟକ ଏବେ ବି ଜେଲରେ ଅଛନ୍ତି।
Comments ସମସ୍ତ ମତାମତ