Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପରାଜୟ ସହ ବିଶ୍ବକପ ପ୍ରସ୍ତୁତି ଶେଷ କରିଛି ଭାରତ

    Share on :
    ajab-Image
    Date: Sep 28, 2023    Views: 3121

    ରାଜକୋଟ୍‌ : ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପରାଜୟ ସହ ବିଶ୍ବକପ ପ୍ରସ୍ତୁତି ଶେଷ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ବୁଧବାର ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ୬୬ରନରେ ଭାରତକୁ ପରାସ୍ତ କରିଛି। ଶୃଙ୍ଖଳାକୁ ପୂର୍ବରୁ ଭାରତ ଜିତି ସାରିଥିଲେ ମଧ୍ୟ ଶେଷ ମ୍ୟାଚରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆକୁ ବିଶ୍ବକପ ପୂର୍ବରୁ ସାନ୍ତ୍ବନା ମିଳିଥିବାବେଳେ ଭାରତର ଦୁର୍ବଳ ବୋଲିଂ ପଦାରେ ପଡିଛି। ଅନ୍ତିମ ମ୍ୟାଚରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ଶୃଙ୍ଖଳା ୨-୧ରେ ବିଜୟୀ ହୋଇଛି। ପୂର୍ବରୁ ଭାରତ ପ୍ରଥମ ଓ ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇଥିଲା।
    ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି  ୩୫୨ରନ କରିଥିଲା। ଜବାବରେ ଭାରତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୨୮୬ରନ କରିବାକୁ ସକ୍ଷମ ହୋଇଥିଲା।
    ଅଷ୍ଟ୍ରେଲିଆ ଟସ୍‌ ଜିିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୭ ୱିକେଟ ହରାଇ ୩୫୨ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଟି, କୁଳଦୀପ୍‌ ଯାଦବ ୨ଟି, ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook