Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡି ବସା ଖାଲି ହୋଇଯିବ: ଢ଼ାଲି

    Share on :
    ajab-Image
    Date: Aug 2, 2024    Views: 3083

    ଭୁବନେଶ୍ୱର: ବିଜୁ ଜନତା ଦଳ ବା ବିଜେଡିର ବସା ଖାଲି ହୋଇଯିବ । ଏଭଳି କହିଛନ୍ତି ବିଜେପି ନେତା ଅରବିନ୍ଦ ଢ଼ାଲି । ମମତା ମହାନ୍ତ ଗତକାଲି ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କରି ଶ୍ରୀ ଢ଼ାଲି ଏଭଳି କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ଆଉ ରଖିପାରିବେନି । ଜାତୀୟ ଦଳର ବିଲୟ ହୁଏନାହିଁ, କିନ୍ତୁ ଆଞ୍ଚଳିକ ଦଳର ବିଲୟ ହୁଏ । ଯେ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉ କିଛି ହେଲେ ଦଳ ରୁହେନି । ବିଜେଡିରେ ବାକ ସ୍ୱାଧୀନତା ନାହିଁ । ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ । ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ । ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ବିଜେପି ନେତା ଅରବିନ୍ଦ ଢ଼ାଲି  କହିଛନ୍ତି । 

     ଅରବିନ୍ଦ ଢାଲି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook