Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସର୍ବ ମହୋଷଧି ଅର୍ଜୁନ ଛାଲ

    Share on :
    ajab-Image
    Date: Apr 26, 2025    Views: 2841

    ଅର୍ଜୁନ ଛାଲ ଅର୍ୟୁବେଦିକ ବିଜ୍ଞାନର ଏକ ମହତ୍ୱପୁର୍ଣ୍ଣ  ଓଷଧ ରୂପେ ରିଗଣିତ । ସ୍ୱାସ୍ଥ୍ୟ ପାଇଁ ଏହା ଏକ ବିଶଲ୍ୟକରଣି । ହୃତପିଣ୍ଡ ସମସ୍ୟା, ରକ୍ତଚା, କୋଲେଷ୍ଟ୍ରଲ ଜନିତ ସମସ୍ୟା ଏତଦ୍ ସହିତ ଖାଦ୍ୟକୁ ହଜମ କରିବାରେ ଏହି ଛାଲ ବିଶେଷ ରୂପେ କାମ କରେ । ଏଥିରେ ପ୍ରତିରୋଧକ ଶକ୍ତିର ମାତ୍ରା ପର୍ଯ୍ୟାପ୍ତ ମାତ୍ରାରେ ରହିଛି ।
    ବ୍ୟବହାର-
     -ଅର୍ଜୁନ ଛାଲ କୁ ପାଣିରେ ସିଝାଇ କାଢା ଭାବରେ ସେବନ କରାଯାଇପାରିବ । ଏହି ଛାଲକୁ ଚୁର୍ଣ୍ଣକରି ସେବନ କରିହେବ ।
     -ସକାଳୁ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ନିଆ ଯାଇପାରିବ ।
     -ଚାହା ଭାବରେ ବ୍ୟବହାର କରିହେବ ।
     -କିଛି ଲୋକ ମଧ୍ୟ ଛାଲକୁ ପେଷ୍ଟ କରି ନିଜ ମୁହଁରେ ଲଗାନ୍ତି ।
    ଛାଲର ଉପକାରିତା
    ହୃତପିଣ୍ଡ ସମସ୍ୟା: ହୃତପିଣ୍ଡ ଜନିତ ସମସ୍ୟା ଥିଲେ, ଅର୍ଜୁନ ଛାଲର ବ୍ୟବହାର କରନ୍ତୁ ଯାହାଦ୍ୱାରା ଏହା ହୃତପିଣ୍ଡ ମାଂସପେଶୀ କୁ ମଜଭୁତ କରିବା ସହ ହୃଦୟ ସ୍ପନ୍ଦନ କୁ ନିୟନ୍ତ୍ରିତ କରେ ।
    ରକ୍ତଚାପ ଓ କୋଲେଷ୍ଟ୍ରଲ: ଏହି ଛାଲର ସେବନ ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରିତ କରାଯାଇପାରିବ ଏତଦ ସହିତ କୋଲେଷ୍ଟ୍ରଲ ର ମାତ୍ରାକୁ କମାଏ, ଯାହା ଦ୍ୱାରା ହୃତପିଣ୍ଡ ସମସ୍ୟାକୁ ରୋକା ଯାଇପାରେ ।
    ହଜମ ପ୍ରକ୍ରିୟ: ଖାଦ୍ୟକୁ ହଜମ କରିବା ଓ ବାନ୍ତି ଜନିତ ସମସ୍ୟାକୁ ଦୂର କରିବାରେ ଏହି ଛାଲ ବହୁତ ପରିମାଣରେ କାମ କରେ ।
    ପ୍ରତିରୋଧକ: ଏହାର ବ୍ୟବହାର କରିବାଫଳରେ ଶରୀରରେ ପ୍ରତିରୋଧକ ଶକ୍ତିର କ୍ଷମତା ବଢେ, ଏବଂ ଶରୀରରେ ଥିବା ଜୀବକୋଷ ସଂଖ୍ୟା ବୃଦ୍ଧି ହୁଏ, ଯାହା ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ରୋକା ଯାଇପାରିବ                                                  ।
    ଅନ୍ୟଲାଭ: ଏହାକୁ ପେଷ୍ଟ ରୂପେ ବ୍ୟବହାର କରି ଶରୀରର ବିଭିନ୍ନ ଦାଗ, ବ୍ରଣର ଆଶୁ ଉପଚାର କରାଯାଉଛି । ଏତଦ ସହ ମୁହଁରୁ ବାର୍ଦ୍ଧକ୍ୟ ଚିହ୍ନର ମୂଳ ଉପôାଡ଼ନ କରାଯାଏ । ଚର୍ମ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
    ସର୍ତକତା
     - ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଁ ଏହି ଅର୍ଜୁନ ଛାଲର ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।
     -ମଧୁମେହ ଓଷଧ ଉତପ୍ଡ଼ନ ରୋଗୀଙ୍କ ପାଇଁ ଏହାର ବ୍ୟବହାର ଅର୍ନିବାର୍ଯ୍ୟ ଅଟେ ।
     - ଆଲର୍ଜି ଥିବା ବ୍ୟକ୍ତି ଏହି ଛାଲକୁ ବ୍ୟବହାର କରିବା ଅନୁପଯୋଗୀ ।

    ଅର୍ଜୁନ ଛାଲ ଅର୍ୟୁବେଦିକ ବିଜ୍ଞାନର ଏକ ମହତ୍ୱପୁର୍ଣ୍ଣ ଓଷଧ ରୂପେ ରିଗଣିତ । ସ୍ୱାସ୍ଥ୍ୟ ପାଇଁ ଏହା ଏକ ବିଶଲ୍ୟକରଣି । ହୃତପିଣ୍ଡ ସମସ୍ୟା, ରକ୍ତଚା, କୋଲେଷ୍ଟ୍ରଲ ଜନିତ ସମସ୍ୟା ଏତଦ୍ ସହିତ ଖାଦ୍ୟକୁ ହଜମ କରିବାରେ ଏହି ଛାଲ ବିଶେଷ ରୂପେ କାମ କରେ । ଏଥିରେ ପ୍ରତିରୋଧକ ଶକ୍ତିର ମାତ୍ରା ପର୍ଯ୍ୟାପ୍ତ ମାତ୍ରାରେ ରହିଛି ।
    ବ୍ୟବହାର-
     -ଅର୍ଜୁନ ଛାଲ କୁ ପାଣିରେ ସିଝାଇ କାଢା ଭାବରେ ସେବନ କରାଯାଇପାରିବ । ଏହି ଛାଲକୁ ଚୁର୍ଣ୍ଣକରି ସେବନ କରିହେବ ।

    Maximum 500 characters

    ବିଶେଷ View all

    Find Us on Facebook