Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ ଖବର, ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

    Share on :
    ajab-Image
    Date: Jun 23, 2022    Views: 3487

    ସାଲେପୁର : ଥାନା ସାମ୍ନାରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର କିସନନଗରେ ଥାନା ନିକଟରେ। ଯୁବକ ଜଣଙ୍କ ଥାନା ସାମ୍ନାକୁ ଆସ ିନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।  ନିଆଁରେ ପୋଡି ହୋଇ ସେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଓ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗରୁତର ହୋଇଥିବା ଯୁବକଙ୍କୁ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । 

    ତେବେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଏହାସହିତ କେଉଁ କାରଣ ପାଇଁ ସେ ଥାନା ସାମ୍ନାରେ ନିଜ ଦେହରେ ନିଆଁ ଲଗାଇଲେ, ତା’ର ଅସ୍ପଷ୍ଟ ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook