Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୁକୁରକୁ ହାଣିଲେ ୮ ଦୁର୍ବୃତ୍ତ

    Share on :
    ajab-Image
    Date: Mar 23, 2025    Views: 3169

    ବ୍ରହ୍ମପୁର : ଗୋଟିଏ କୁକୁରକୁ ଆଠ ଜଣ ଦୁର୍ବୃତ୍ତ ଜଣକ ପରେ ଜଣେ ଆକ୍ରମଣ କରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ସହରରୁ ଆସିଛି ଏପରି ଅମାନବୀୟ ଘଟଣା । 
    ବ୍ରହ୍ମପୁର ରତ୍ନ ସାହିର ଜନୈକ ବ୍ୟକ୍ତିକ ଘର ବାହାରେ ପଡିଛି ରକ୍ତ ଛିଟା । ହେଲେ ଏହି କୌଣଷି ମଣିଷର ରକ୍ତ ନୁହଁ, ବରଂ ଏହା ଏକ ବୁଲା କୁକୁରର ରକ୍ତ । ଶନିବାର ଭୋର ସମୟର ଘଟଣା । ପ୍ରଥମେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସେହି ସ୍କୁଟିରେ ଚମ୍ପଟ ମାରିଥିଲେ । ପରେ ଆଉ ଏକ ଯୁବକ ଆସି ଆକ୍ରମଣ କରିଥିଲେ । ଆଉ ଏକ ସ୍କୁଟିରେ ଦୁଇଜଣଙ୍କ ପଛରେ ବସି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଣି କିଛି ସମୟ ପରେ ଅନ୍ୟ ଜଣେ ଯୁବକ ଦୌଡ଼ି ଆସି ଉକ୍ତ ଜୁଡୁବୁଡୁ କୁକୁରକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶନିବାର ଭୋର ସମୟରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ ତାକୁ ନେଇ ପ୍ରଶ୍ନ ଉଠିିଛି । ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିବା ବେଳେ ପଶୁପ୍ରେମୀମାନେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ପୋଲିସ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାଦି କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook