Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦାଦାର ତୀର ମାଡ଼ରେ ଝିଆରୀ ଗୁରୁତର

    Share on :
    ajab-Image
    Date: Oct 21, 2026    Views: 3565

    ରାଉରକେଲା : ଜମିଜମା ବିବାଦକୁ ନେଇ ଦାଦାର ତୀର ମାଡ଼ରେ ଝିଆରୀ ଗୁରୁତର । ରାଉରକେଲା ବନ୍ଧମୁଣ୍ଡା ଥାନା ଦଳପୋଷ ଗାଁରେ ଘଟିଛି ଘଟଣା । ଗୁରୁତର ଝିଆରୀ ଜଣକ ହେଲେ ରଜନୀ ଟପ୍ପୋ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଝିଆରୀ ରଜନୀ ଟପ୍ପୋ କିଛି ଦିନ ହେଲା ବାପ ଘର ଦଳପୋଷକୁ ଆସିଥିଲା । ଆଜି ଜମି ଜମା ବିବାଦ କୁ ନେଇ ଦୁଇ ପରିବାର ଭିତରେ ଲାଗିଥିଲା ଗଣ୍ଡଗୋଳ। ପରେ ଉତ୍ୟକ୍ତ ହୋଇ ଦାଦା ଲଷ୍ମଣ ଓରାମ ତୀର ମାଡ଼ କରିଥିଲେ । ଝିଆରୀ ରଜନୀ ଟପ୍ପୋ ପେଟରେ ତୀର ବାଜିଥିଲା । ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ଅନ୍ୟ ପଟେ ଅଭିଯୁ୍କ୍ତ ଦାଦା ଲଷ୍ମଣ ଓରାମକୁ ବନ୍ଧମୁଣ୍ଡା ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook