Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: ୯ ଭାରତୀୟ ନାବିକ ଉଦ୍ଧାର, ୨ ନିଖୋଜ

    Share on :
    ajab-Image
    Date: Oct 12, 2026    Views: 2335

    ନୂଆଦିଲ୍ଲୀ: 11 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଟ୍ୟାଙ୍କର 'ଏମ୍‌ଟି ପେଟ୍ରୋ ଡଲଫିନ' (MT Petro Dolphin) ଉପରେ ଓମାନ ଉପକୂଳର ସୋହର ଆଙ୍କରେଜ (Sohar Anchorage)ରେ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ 2 ଜଣ ଭାରତୀୟ ନାବିକ ନିଖୋଜ ଅଛନ୍ତି । 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଅଛନ୍ତି । ନିଖୋଜ କର୍ମଚାରୀମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି ।ସୋସିଆଲ ମିଡିଆ Xରେ ଏକ ପୋଷ୍ଟରେ, ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି । କିନ୍ତୁ 2 ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି । ସ୍ଥାନୀୟ ତଟରକ୍ଷୀ ବାହିନୀ ଦ୍ୱାରା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସକ୍ରିୟ ଭାବରେ ଜାରି ରହିଛି ।ଓମାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ କହିଛି ଯେ, ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ।ପୂର୍ବରୁ, ଅକ୍ଟୋବର 9 ତାରିଖରେ, ପାନାମା ପତାକା ବହନ କରିଥିବା ଅଶୋଧିତ ତୈଳ ଟ୍ୟାଙ୍କର MT GEM NO. 2, 22 ଜଣ ଭାରତୀୟ ନାଗରିକଙ୍କୁ ନେଇ ଶାରଜାହ ଆଙ୍କରେଜରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିଲା । ସୋନୋୱାଲ କହିଥିଲେ ଯେ, ଏଥିରେ ଥିବା ସମସ୍ତ 22 ଜଣ ଭାରତୀୟ ନାବିକ ସୁରକ୍ଷିତ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook