Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଆହତ

    Share on :
    ajab-Image
    Date: Jul 26, 2026    Views: 3036

    ଢେଙ୍କାନାଳ: ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର ଗାଁର ବଚନ ନାୟକ(୫୫)। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସମସ୍ତ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଇନ୍ଦିପୁର ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବାବେଳେ ଆକ୍ରମଣ କରିଥିଲା ବାର୍‌ହା। ଆକ୍ରମଣ କରୁଥିବା ବାର୍‌ହାଟି ଏବେ ଇନ୍ଦିପୁର ଗ୍ରାମରୁ ପାଖ ଡେଙ୍ଗୋବୋରେଇ ଓ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୂଚନା। ତୁରନ୍ତ ବାର୍‌ହାକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook