Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କିଭ୍‌ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ; ୩୦ମୃତ

    Share on :
    ajab-Image
    Date: Jul 3, 2026    Views: 2991

    କିଭ୍‌:ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି।
    କିଭ୍‌ର ୩୦ଟି ସ୍ଥାନ ଉପରେ ରୁଷ୍‌ ତରଫରୁ ଆକ୍ରମଣ ହୋଇଥିବା ସ୍ଥାନୀୟ ବରିଷ୍ଠ ଅଧିକାରୀ କାଚେନ୍‌କୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରୁଷ୍‌ ଆକ୍ରମଣ ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ରୁଷ୍‌ ତରଫରୁ ଏହି ଆକ୍ରମଣକୁ ୟୁକ୍ରେନ ତରଫରୁ ନିନ୍ଦା କରାଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ରୁଷ୍‌ର ଆକ୍ରମଣ ବଢ଼ି ଯାଇଥିବାରୁ ୟୁକ୍ରେନକୁ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ପ୍ରଦାନ କରିବାକୁ ସହଯୋଗୀ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ। ରୁଷ୍‌ ତରଫରୁ ଆକ୍ରମଣ ଜାରି ରହିବାର ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନରେ ରହିବାକୁ କିଭ୍‌ବାସୀଙ୍କୁ କହିଛନ୍ତି ମେୟର ଭିଟାଲି କ୍ଲିଟ୍‌ଚକୋ। ରୁଷ୍‌ ଆକ୍ରମଣରେ ଭାଙ୍ଗିରୁଜି ଯାଇଥିବା ବାସଗୃହ ମଧ୍ୟରେ କେତେକ ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook