ମୁଖ୍ୟ ଖବର
ଭୁବନେଶ୍ୱର: ରେଡ଼କ୍ରସ-ନିକୋ ପାର୍କ ରାସ୍ତାରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଛନ୍ତି । ଜଣେ ଡେଲିଭରି ବୟଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଡେଲିଭରି ବଏ ଜଣଙ୍କ ଆକ୍ରମଣରେ ଗୁରୁତର ଆହତ ହେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟାରେ ଅର୍ଡର ମୁତାବକ ଡାଲମା ହୋଟେଲ ନିକଟ ଏକ ଘରକୁ ଖାଦ୍ୟ ଡେଲିଭରି ଦେବାକୁ ଜଣେ ଯୁବକ ଯାଇଥିଲେ । ୨ଟା ବାଇକ୍ରେ ୫ଜଣ ଦୁର୍ବୁତ୍ତ ସେହି ରାସ୍ତାରେ ଉତ୍ପାତ କରୁଥିଲେ । ରାସ୍ତାରେ ଯାଉଥିବା ଗାଡ଼ିଚାଳକଙ୍କୁ ଅଟକାଇ ଗାଳି ଗୁଲଜ କରୁଥିଲେ । ଡେଲିଭରି ବଏ ଜଣକ ସେହି ରାସ୍ତାରେ ଫେରିବା ବେଳେ ଦୁର୍ବୁତ୍ତଙ୍କ ହାବୁଡ଼ରେ ପଡିଗଲେ । ଦୁର୍ବୁତ୍ତମାନେ ସଂଘବଦ୍ଧ ହେଇ ତାଙ୍କ ଉପରକୁ ଝାମ୍ପି ପଡ଼ିଲେ । ସେମାନେ ପ୍ରଥମେ ଡେଲିଭରି ବୟଙ୍କ ବାଇକ୍କୁ ଛଡାଇ ନେଲେ । ଡେଲିଭରି ବୟ ଜଣକ ଭୟରେ ଧାଇଁବାକୁ ଲାଗିଲେ । ଦୁର୍ବୁତ୍ତମାନେ ତାଙ୍କୁ ରାସ୍ତାରେ ଗୋଡ଼ଇବା ସହ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ । ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର ପୃଷ୍ଟି ଏହା ଦେଖି ଡେଲିଭରି ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣାସ୍ଥଳରୁ ଦୁଇଜଣ ଦୁର୍ବୁତ୍ତଙ୍କୁ ପୁଲିସ କାବୁ କରିଛି । ଫେରାର ୩ ଜଣଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି ।
Comments ସମସ୍ତ ମତାମତ