Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

    Share on :
    ajab-Image
    Date: Jun 1, 2026    Views: 3005

    ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି ଯୁବକଙ୍କ ବଚସା ହୋଇଥିଲା। ପରେ ଦୁର୍ବୃତ୍ତମାନେ ଦୁଃଶାସନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ।

    ଆକ୍ରମଣରେ ତାଙ୍କ ପିଠି, କାନ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଦୁଃଶାସନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook