ମୁଖ୍ୟ ଖବର
ବେରୁଟ୍ : ଇସ୍ରାଏଲର ବିମାନ ଆକ୍ରମଣରେ ପୂର୍ବ ଲେବାନନର ବେକା ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ ଯେ ସେ ସମଗ୍ର ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀକୁ ନିଶାଣ କରି ଆହୁରି ଜୋରଦାର ଆକ୍ରମଣ କରାଯିବ। ଇସ୍ରାଏଲ ସେନା ଏହି ନିର୍ଦ୍ଦିଷ୍ଟ ଆକ୍ରମଣ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହିଁ। ଲେବାନନ ଏବଂ ଇସ୍ରାଏଲର ସାମରିକ ପ୍ରତିନିଧି ଦଳ ଆଲୋଚନା ପାଇଁ ୱାଶିଂଟନରେ ଏକାଠି ହେବାକୁ ଥିବାବେଳେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ ତାର ବିମାନ ଆକ୍ରମଣ ବନ୍ଦ ଓ ସୈନ୍ୟ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ହେଜବୋଲ୍ଲା ଶପଥ ନେଇଛି।
Comments ସମସ୍ତ ମତାମତ