Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲେବାନନ ଉପରେ ଇସ୍ରାଏଲର ହମଲା, ୩୧ ମୃତ

    Share on :
    ajab-Image
    Date: May 10, 2026    Views: 2660

    ବିରୁଟ: ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନ୍ୟୂନ ୩୧ ଜଣଙ୍କ ମୃତ୍ୟୁ ଘଟିଛି । ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ କରାଯାଇ ଏହି ହମଲା ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବେସାମରିକ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି ।

    ସୂଚନା ମୁତାବକ, ଲେବାନନର ଟାୟର ଜିଲ୍ଲାସ୍ଥିତ ଟୌରା ସହର ଉପରେ ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ବିନ୍ତ ଜୁବୈଲ ଏବଂ ନବାତିୟେହ ଜିଲ୍ଲାର ଗ୍ରାମଗୁଡ଼ିକ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍ ଯୋଗୁ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇଦେଶ ମଧ୍ୟରେ ଏପ୍ରିଲ ୧୭ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ପରେ ଏହାକୁ ମେ ୧୭ ପର୍ୟ୍ୟନ୍ତ ବଢ଼ାଯାଇଥିଲା । କିନ୍ତୁ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ର ଆକ୍ରମଣ ଜାରି ରହିଛି ।

    ହିଜବୁଲ୍ଲା ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି । ଇସ୍ରାଏଲର ସୀମା ଆଡ଼କୁ ଏହା ୨୬ଟି ହମଲା କରିଥିବା କହିଛି । ସେପଟେ ଆମେରିକା କହିଛି, ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ଶାନ୍ତି ଓ ସୁରକ୍ଷା ବୁଝାମଣା ନେଇ ପରବର୍ତ୍ତୀ ଆଲୋଚନା ମେ ୧୪-୧୫ରେ ହେବ । ଆମେରିକାର ମଧ୍ୟସ୍ଥତାରେ ଏହା କରାଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook