Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାପାମାଆଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

    Share on :
    ajab-Image
    Date: May 8, 2026    Views: 2569

    କେନ୍ଦ୍ରାପଡ଼ା: ପାରିବାରିକ କଳହର କରୁଣ ପରିଣତି ।  ବାପାମାଆଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରିଲା ପୁଅ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । 

    ସୂଚନା ମୁତାବକ, ଗତ  ବିଳମ୍ବିତ ରାତିରେ  ଘରୋଇ କଳିକୁ କେନ୍ଦ୍ର କରି ଶ୍ରୀରାମ କିସ୍କୁ, ପତ୍ନୀ ପାର୍ବତୀ କିସ୍କୁଙ୍କ ସହ ପୁଅ ସଞ୍ଜୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସଞ୍ଜୟ ରାଗିଯାଇ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ବାପା ମାଆଙ୍କୁ ଆକ୍ରମଣ କରିଥିଲା। ଦୁହେଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ, ତାଙ୍କ ଝିଅ ଚିତ୍କାର କରିବାରୁ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପଡ଼ୋଶୀ ଜପହରି କିସ୍କୁ, ରାମ କିସ୍କୁ, ଛୋଟରାଇ ବାସ୍କେ,ଉଦୟ କିସ୍କୁ ସଞ୍ଜୟକୁ ଧରି ପୁଲିସ ଜିମା ଦେଇଛନ୍ତି। ଟାଙ୍ଗିଆ ଛଡାଇବା ସମୟରେ ଜପହରିଙ୍କ  ହାତରେ ମଧ୍ୟ ଆଘାତ ଲାଗିଛି। ତେବେ ଶ୍ରୀରାମ ଓ ପତ୍ନୀ ପାର୍ବତୀ ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅଭିଯୋଗ ପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook