Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବନକର୍ମଚାରୀଙ୍କୁ ନିର୍ଘାତ ମାଡ଼

    Share on :
    ajab-Image
    Date: Apr 24, 2026    Views: 2429

    ଉଦଳା: ଦନ୍ତାହାତୀ ଘର ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ବନକର୍ମଚାରୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭାଙ୍ଗିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି । ଡୁକୁରା ବନାଞ୍ଚଳ ଅଧିନ ବହଳଦା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
    ସୂଚନା ଅନୁସାରେ, ଶିମିଳିପାଳରୁ ଏକ ଦନ୍ତାହାତୀ ଜନବସତି ମୁହାଁ ହୋଇଥିଲା । ଏହାକୁ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିଲା ବେଳେ ହାତୀଟି ବହଳଦା ଅଞ୍ଚଳରେ ପ୍ରବେଶ କରି କିଛି ଘର ଭାଙ୍ଗିଦେଇଥିଲା । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହାତୀ ଘଉଡାଇବାକୁ ଯାଇଥିବା ୭ଜଣ ବନକର୍ମଚାରୀଙ୍କୁ ଅଟକାଇ ନିସ୍ତୁକ ମାଡମାରିବା ସହ ବଲେରୋ ଗାଡିଟିକୁ ଭାଙ୍ଗିରୁଜି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବାରୁ ବାରିପଦାରୁ ଅଧିକ ବନକର୍ମଚାରୀ ଯାଇ ଫସିରହିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଅପରାହ୍ନ ସମୟରୁ ହାତୀ ଜନବସତି ମୁହାଁ ହୋଇଥିବା ଖବର ବନବିଭାଗକୁ ଦିଆଯାଇଥିଲା ।
    ସନ୍ଧ୍ୟାରେ ହାତୀ ଘର ଭାଙ୍ଗିବା ଆରମ୍ଭ କରିଥିଲେ ସୁଦ୍ଧା ବନବିଭାଗ ଅଞ୍ଚଳରେ ପହଞ୍ଚିନଥିଲେ । ତେବେ ରାତିରେ ବନବିଭାଗ ହାତୀ ଘଉଡାଇବାକୁ ପହଞ୍ଚିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବନକର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଓ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହି ଆକ୍ରମଣରେ ଫରେଷ୍ଟର ଖଗେଶ୍ୱର ସେଠୀ, ଫରେଷ୍ଟ ଗାର୍ଡ ରାଇଧନ ସିଂ ଏବଂ ମହିଳା ଗାର୍ଡ ମାଳତୀ ମୁର୍ମୁଙ୍କ ସହିତ ଅନ୍ୟ ୪ ଜଣ ବନ କର୍ମଚାରୀ ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook