ମୁଖ୍ୟ ଖବର
ତେହେରାନ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆଉ ଏକ ଦୁଃଖଦ ଘଟଣା ଘଟିଛି। ଇରାନର ପବିତ୍ର ନଗରୀ କୋମରେ ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଛଅ ଜଣ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ଏକ ଆବାସିକ ଅଞ୍ଚଳର ତିନୋଟି ଘରକୁ ଟାର୍ଗେଟ କରିଥିଲା। କୋମର ଡେପୁଟି ଗଭର୍ଣ୍ଣର ଫାର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ତିନୋଟି ଆବାସିକ ଘର ଉପରେ ବୋମା ମାଡ଼ କରାଯାଇଥିଲା। ଆହତଙ୍କ ସଂଖ୍ୟା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଉଦ୍ଧାର କାର୍ୟ୍ୟ ଜାରି ରହିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକ୍ରମଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। କୋମ ହେଉଛି ଇରାନର ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସହର। ଆବାସିକ ଅଞ୍ଚଳ ଉପରେ ଆକ୍ରମଣ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁ ଅନ୍ତର୍ଜାତୀୟ ଚିନ୍ତା ବଢାଇ ଦେଇଛି। ଇରାନୀ ଅଧିକାରୀମାନେ ଏହାକୁ ନାଗରିକଙ୍କ ଉପରେ ଜାଣିଶୁଣି ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ଏପର୍ୟ୍ୟନ୍ତ ଏହି ଘଟଣା ଉପରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।
Comments ସମସ୍ତ ମତାମତ