Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ, ୩୩ ମୃତ

    Share on :
    ajab-Image
    Date: Nov 24, 2025    Views: 3142

    ମସ୍କୋ: ରୁଷ୍‌ ସେନା ପକ୍ଷରୁ ଶନିବାର ୟୁକ୍ରେନର ଏକାଧିକ ସହର ଉପରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ୩୩ ଜଣଙ୍କର ପ୍ରାଣହାନି ଘଟିଛି। ଶତାଧିକ ଆହତ ହୋଇଥିବାବେଳେ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ମୃତକଙ୍କ ମଧ୍ୟରେ ୬ ଶିଶୁ ସାମିଲ ଥିବାବେଳେ ଆଉ କେତେକ ଧ୍ବଂସସ୍ତୂପ ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ରୁଷ୍‌ ସେନା ପକ୍ଷରୁ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର ସହାୟତାରେ ୟୁକ୍ରେନର ଟେର୍ନୋପିଲ, ଡୋନେସ୍କ୍‌, ଡିନିପ୍ରୋ, ନିକୋପୋଲ୍‌ ଭଳି ସହର ଉପରେ ଆକ୍ରମଣ କରାଯାଇଥିଲା।

    ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ଫଟୋ ଓ ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ରୁଷ୍‌ ସେନା ୟୁକେୟନର ଜନବସତି ଓ ସାଧାରଣ ଲୋକଙ୍କୁ ନିଶାଣ କରିଥିବାରୁ ଜେଲେନ୍‌ସ୍କି ଏହାର ତୀବ୍ର ନିନ୍ଦା କରିଛନ୍ତି। ଏହି ଆକ୍ରମଣକୁ ନେଇ ଜେଲେନ୍‌ସ୍କି ଇତିମଧ୍ୟରେ ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ରୁଷ୍‌ର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣର ମୁକାବିଲା କରିବାକୁ ଜେଲେନ୍‌ସ୍କି ଏହି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରୁ ଏୟାର ଡିଫେନ୍ସ ସିଷ୍ଟମ ସହାୟତା ଲୋଡିଛନ୍ତି। ୨୦୨୨ ଫେବୃଆରୀ ୨୪ରୁ ରୁୁଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ସହସ୍ରାଧିକ ଲୋକ ପ୍ରାଣ ହରାଇ ସାରିଲେଣି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook