ମୁଖ୍ୟ ଖବର
ବାଲିପାଟଣା : ସ୍ଥାନୀୟ ମଝିହରା ପଞ୍ଚାୟତର ୱାର୍ଡ ସଭ୍ୟ ପ୍ରକାଶ ବାରିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଧନେଶ୍ୱର ସାହୁ ନାମକ ଜଣେ ଯୁବକଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ବାଲିପାଟଣା ଥାନା ପୁଲିସ ତାଙ୍କ ଗିରଫ କରିପାରିନାହିଁ । ବନାମାଳିପୁର ଡେରାସାହି ଗ୍ରାମର ୱାର୍ଡ ସଭ୍ୟ ପ୍ରକାଶ ବନମାଳିପୁର ଦେବୀ ପୂଜା ପଡ଼ିଆରେ ବୁଲୁଥିଲେ । ସେହି ଗାଁର ଓନେଶ୍ୱର ହଠାତ ସେଠାରେ ପହଞ୍ଚô ତାଙ୍କୁ ଗାଳି କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ପ୍ରକାଶଙ୍କ ମଉଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।
Comments ସମସ୍ତ ମତାମତ