ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଗୋଡେ଼ଇ ଗୋଡେ଼ଇ ହାଣିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ନୟାପଲ୍ଲୀ ପାସପୋର୍ଟ ଅଫିସ ନିକଟରେ ୨ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳର କାହ୍ନା ନାମକ ଜଣେ ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଣିଛନ୍ତି । ତେବେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ପାସପୋର୍ଟ ଅଫିସ ସାମ୍ନାରେ ପ୍ରମୋଦ ସାହୁ ନାମକ ଜଣେ ଯୁବକ ଠିଆ ହୋଇଥିଲେ। ସେହି ସମୟରେ ୨ଜଣ ଦୁର୍ବୃତ୍ତ ସେଠାକୁ ଆସି ପ୍ରମୋଦଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଥିଲେ। ଏଥିରେ ପ୍ରମୋଦ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଜଣେ ଆକ୍ରମଣକାରୀଙ୍କୁ ଗିରଫ କରି ଜେରା କରୁଛି।
Comments ସମସ୍ତ ମତାମତ