ମୁଖ୍ୟ ଖବର
ଭୁବନେଶ୍ୱର: ବିଜେଡି କଳିକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏହା ଭିତରେ ବିଜେଡି ନେତା ଅତନୁ ସବ୍ୟସାଚ୍ଚୀ ନାଏକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଭାତ ତ୍ରିପାଠି କିଏ ବୋଲି ଅତନୁ ପ୍ରଶ୍ନ କରିବା ସହ ସେ ଆମ ଦଳର ସଦସ୍ୟ ନୁହନ୍ତି ବୋଲି କହିଛନ୍ତି । ଏପରିକି ପ୍ରଭାତ କାହିଁକି ବିଜେଡି ବାବଦରେ ମୁଣ୍ଡ ପୂରାଉଛନ୍ତି ବୋଲି ଅତନୁ ପ୍ରଶ୍ନ କରିଛନ୍ତି ।
ଏଥିସହ ଦେବାଶିଷ ସାମନ୍ତରାୟ ଓ ୪ ବିଜେଡି ସାଂସଦ ସମ୍ପର୍କରେ ପ୍ରତିକ୍ରିୟା ରଖି ଅତନୁ କହିଛନ୍ତି ଯେ କେହି ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିନାହାନ୍ତି । ଘର ଭିତରେ କ’ଣ ଟିକେ ଖୁଟଖାଟ ରହିଛି । ସେ ନେଇ ନବୀନ ନିଷ୍ପତ୍ତି ନେବେ ।
Comments ସମସ୍ତ ମତାମତ