Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଗୋଇଠି ବାରମ୍ବାର ଫାଟିଲେ ରହିଛି ଶନିଙ୍କର କୋପ

    Share on :
    ajab-Image
    Date: Nov 7, 2022    Views: 6937

    ଭୁବନେଶ୍ୱର: ଆପଣଙ୍କ ଗୋଇଠି ବାରମ୍ୱାର ଫାଟୁଛି କି ? ଏଥିପାଇଁ ଆପଣ ଚିନ୍ତାରେ ରହୁଥିବେ। ଏହାକୁ ଭଲ କରିବା ପାଇଁ ଔଷଧ ମଧ୍ୟ ବ୍ୟବହାର କରୁଥିବେ। ଏହାଦ୍ୱାରା ଗୋଇଠି ଫାଟିବା ଭଲ ହୋଇଯାଇଥାଏ। ହେଲେ ବେଳେ ବେଳେ ଯେତେ ଔଷଧ ବ୍ୟବହାର କଲେ ମଧ୍ୟ କିଛି କାମ ଦେଇନଥାଏ। ବିଜ୍ଞାନ ଯୁଗରେ ଏହାର କାରଣ ଯାହା ହୋଇଥାଉ ପଛେ, ଏପରି ସ୍ଥିତି ଉପୁଜିବାର କାରଣ ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଗୋଇଠି ଫାଟିବାକୁ ଅଶୁଭ ବିବେଚନା କରାଯାଇଥାଏ। ଖରାପ ସମୟ ଚାଲିଥିଲେ ଗୋଇଠି ଫାଟିବା କମିନ ଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନି ଦଶା ରହିଥାଏ, ସେମାନଙ୍କ ଗୋଡ଼ ଗୋଇଠିରେ ବାରମ୍ବାର ଏହି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଯଦି ଆପଣଙ୍କ ଗୋଇଠି ଫାଟୁଛି, ଶନିଙ୍କୁ ଶାନ୍ତ କରିବାର ଉପାୟ ସ୍ଥିର କରନ୍ତୁ।

    ଆପଣ ଏପରି କିଛି ବ୍ୟକ୍ତିଙ୍କୁ ମଧ୍ୟ ଦେଖିଥିବେ, ଯେଉଁମାନେ ଭୂମିରେ ଗୋଡ଼ ଘୋଷାଡ଼ି ଚାଲିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଶନି, ରାହୁ ଓ କେତୁ ତିନୋଟି ଦଶା ଦୁର୍ବଳ ଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକରଣ ଉପାୟ ଉଲ୍ଲେଖ ରହିଛି। ଅନ୍ୟମାନଙ୍କ ସେବା କରିବା ଦ୍ୱାରା ହିଁ ନିଜ କୁଣ୍ଡଳୀରେ ଏହି ସମସ୍ତ ଗ୍ରହର ଦଶାକୁ ମଜବୁତ୍‌ କରିହେବ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହା ସହିତ ଗରିବଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

    ସେହିପରି କିଛି ଲୋକଙ୍କ ପାଦ ସର୍ବଦା ଥଣ୍ଡା ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ଥିବାରୁ ଏହି ସମସ୍ୟା ଦେଖାଯାଇଥାଏ। ଏହା ସହିତ କେତୁ ଗ୍ରହର ସ୍ଥିତି ଅଶୁଭ ରହିଲେ, ପାଦ ଗରମ ହେବା ପରି ସମସ୍ୟା ସୃଷ୍ଟି ହୋଇଥାଏ।

    କିଛି ଲୋକଙ୍କ ପାଦରେ ସର୍ବଦା ଆଘାତ ଲାଗିଥାଏ। କୁହାଯାଏ କୁଣ୍ଡଳୀରେ ରାହୁ ଦୁର୍ବଳ ଥିଲେ, ଏପରି ସମସ୍ୟା ଦେଖାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କୁ ଶାନ୍ତ କରିବା ପାଇଁ ଅନେକ ଉପାୟ କୁହାଯାଇଛି। ଆପଣ ଏହି ସବୁ ଉପାୟ ଅବଲମ୍ୱନ କରି ଗ୍ରହମାନଙ୍କୁ ଶାନ୍ତ କରିପାରିବେ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook