Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଆଜମା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

    Share on :
    ajab-Image
    Date: Sep 28, 2020    Views: 6263

    ଆଜମା ହେଉଛି ଏକ ଶ୍ୱାସ ଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଉପାୟ ଆପଣାଇବା ବି ଲାଭଦାୟକ ହୋଇଥାଏ ।
    ଏକ ଲିଟର ପାଣିରେ ଏକ ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ୟ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଟିକେ ଅଦା ରସ ଏବଂ ମହୁ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ ।

    ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । ୨-୩ ଥର ମାଲିସ କରିବା ଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ଲାଗିଥାଏ।

    ଅଦା,ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ । ଆଜମା ହେବା ସମୟରେ ଦିନକୁ ୨-୩ ଥର ଏହାକୁ ସେବନ କଲେ ପାର୍ଥକ୍ୟ ଆପେ ଆପେ ଜାଣି ପାରିବେ ।

    Maximum 500 characters

    ଘରକରଣ View all

    Find Us on Facebook