Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାଲିଠୁ ବିଧାନସଭା ଶୀତ ଅଧିବେଶନ

    Share on :
    ajab-Image
    Date: Nov 17, 2026    Views: 3308

    ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ  ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ ।  ତେବେ ଅଧିବେଶନ ଆରମ୍ଭ ପୂର୍ବରୁ ଗୃହକୁ ସୁରୁଖୁରୁରେ  ଚଳାଇବା ପାଇଁ ମଙ୍ଗଳବାର  ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ  ଡାକିଛନ୍ତି । ଏଥିରେ ଗୃହ ସୁରୁଖୁରୁରେ ପରିଚାଳନା ପାଇଁ  ସଭିଙ୍କର ସହଯୋଗ ଲୋଡ଼ିବେ ।

    ସେହିପରି ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଆଜି ବିରୋଧୀ ଦଳ ବିଜେଡି ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ  ବିଧାୟକ ଦଳ ବୈଠକ ଡାକିଛି । ବିରୋଧୀ ଦଳ ନେତା ନବୀନ  ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କୁ ଘେରିବାକୁ  ବିଭିନ୍ନ ରଣନୀତି ପ୍ରସ୍ତୁତ କରବ । ବିଶେଷ କରି କୋଟିଆ ସୀମା  ବିବାଦ, ମହାନଦୀ ଜଳ ବିବାଦ, ବିପର୍ଯ୍ୟୟ ପରିଚାଳନାରେ  ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ଅବହେଳା,  ଚାଷ ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଦଳୀୟ  ବିଧାୟକ ସୂଚନା ଦେଇଛନ୍ତି ।
    ସେହି ସମାନ ସମୟରେ  କଂଗ୍ରେସର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ  ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ  ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ  ନେଇ ଖସଡ଼ା ପ୍ରସ୍ତୁତ ହେବ ବୋଲି ଶ୍ରୀ କାଡ଼ାମ କହିଛନ୍ତି । ଅପରପକ୍ଷେ ବିରୋଧୀଙ୍କ ରଣନୀତିକୁ ମାତ ଦେବା  ସହିତ ଏହାକୁ ଉପଯୁକ୍ତ ଭାବେ ମୁକାବିଲା କରିବାକୁ  ଶାସକ ବିଜେପି ସନ୍ଧ୍ୟା ୬ଟାରେ ବିଧାୟକ ଦଳ ବୈଠକ  କରିବ ବୋଲି ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ ସୂଚନା  ଦେଇଛନ୍ତି । ୧୭ ତାରିଖ ସନ୍ଧ୍ୟାରେ ବିଧାନସଭା ୫୪  ନମ୍ବର ପ୍ରକୋଷ୍ଠରେ ବିଜେପି ରାଜ୍ୟ ସଭାପତି ମନମୋହନ  ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ  ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାସ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook