ମୁଖ୍ୟ ଖବର
ଭୁବନେଶ୍ୱର: ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ। ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ୍ଜିଆଇରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।
ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନିମନ୍ତେ, ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ୟ୍ୟନ୍ତ କୋହଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବର୍ଗର କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା କୁ ଐଜଗଝର ଅନ୍ଲାଇନ୍ ପୋର୍ଟାଲ୍ରେ ପୂର୍ବରୁ ଜାନୁଆରୀ ପହିଲାରୁ ଜାନୁୟାରୀ ୩୧ର ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ସେହି ଅବଧୀ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର ।
ସମ୍ପତ୍ତି ତାଲିକା ଦେବାକୁ ସରକାରୀ ଅଫିସର କୁନ୍ଥୁ କୁନ୍ଥୁ। ସମ୍ପତ୍ତି ତାଲିକା ଦାଖଲ ନ କଲେ ପଦୋନ୍ନତିରୁ ବଞ୍ଚିତ ହେବେ ନିର୍ଦ୍ଦେଶକୁ ବେଖାତିର। ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି। ସମ୍ପତ୍ତି ତାଲିକା ମିଳିବା ପରେ କଣ କିଛି ବଡ଼ ଆକ୍ସନ୍ ନେବେ କି ? ଏଭଳି ପ୍ରଶ୍ନ ବିଭିନ୍ନ ମହଲରେ ଘୂରି ବୁଲୁଛି।
Comments ସମସ୍ତ ମତାମତ