Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭା: ୧୨୩୭ ଗ୍ରାମରେ ମୋବାଇଲ ସେବା ଠପ

    Share on :
    ajab-Image
    Date: Mar 9, 2026    Views: 3133

    ଭୁବନେଶ୍ୱର:  ୧୨୩୭ ଗ୍ରାମରେ ମୋବାଇଲ ବ୍ୟବହାର ହୋଇପାରୁ ନାହିଁ । ଆଜି ବି ନେଟୱର୍କ ପହଞ୍ଚି ପାରିନି । ୯୪୪ଟି ଟାୱାର କାମ କରୁନାହିଁ । ତେବେ ଚଳିତ ବର୍ଷ ଜୁନ ସୁଦ୍ଧା ନେଟୱର୍କ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ସୋମବାର ବିଧାନସଭାରେ  ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । 

    ପ୍ରକାଶ ଯେ  ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗୃହର କାର୍ୟ୍ୟସୂଚୀ ଅନୁଯାୟୀ ପ୍ରଶ୍ନକାଳ ବେଶ୍ ସୁରୁଖୁରୁରେ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି। ଶାସକ ଓ ବିରୋଧୀ ଦଳର ବିଧାୟକମାନେ ରାଜ୍ୟର ବିଭିନ୍ନ ଜନସେବା ଏବଂ ବିକାଶମୂଳକ ପ୍ରସଙ୍ଗରେ ଗୃହରେ ପ୍ରଶ୍ନ ଉଠାଇଛନ୍ତି।ନିର୍ଦ୍ଧାରିତ ସମୟରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ସଦସ୍ୟମାନଙ୍କ ପ୍ରଶ୍ନର ପୁଙ୍ଖାନୁପୁଙ୍ଖ ଉତ୍ତର ରଖୁଛନ୍ତି। ବିଶେଷକରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଆଇନ ଶୃଙ୍ଖଳା ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମନ୍ତ୍ରୀମାନେ ସରକାରଙ୍କ ପକ୍ଷରୁ ତଥ୍ୟଭିତ୍ତିକ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ଏକ ଶୃଙ୍ଖଳିତ ବାତାବରଣ ବଜାୟ ରହିଛି। ଅଧିବେଶନର ଏହି ଦ୍ବିତୀୟ ପର୍ୟ୍ୟାୟରେ ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ବିସ୍ତୃତ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି । ଗୃହରେ ବିତର୍କ ଓ ଆଲୋଚନା ମାଧ୍ୟମରେ ରାଜ୍ୟର ଅଭିବୃଦ୍ଧି ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି । 

    Maximum 500 characters

    ତାଜା ଖବର View all

    Find Us on Facebook