ମୁଖ୍ୟ ଖବର
ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ତେବେ ଆଜି ବିଧାନସଭାର ଶୂନ୍ୟକାଳରେ ଚାଷୀମାନଙ୍କ ପ୍ରସଙ୍ଗ ଉଠିଛି । ବିରୋଧୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଟୋକନ ଦିଆଯାଇଥିବା ଚାଷୀମାନଙ୍କ ଠାରୁ ଧାନ କିଣାଗଲା ନାହିଁ । ଚାଷୀ ସମସ୍ୟାର ସମାଧାନ ନକରି ଚାଷୀଙ୍କ ମୃତୁ୍ୟ ପରେ ତଦନ୍ତ କାହିଁକି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଛନ୍ତି । ଏପରିକି ରାଜନଗର ଚାଷୀ ମୃତୁ୍ୟର ତଦନ୍ତ ରିପୋର୍ଟ ଚାହିଁଛନ୍ତି ଶ୍ରୀମତୀ ମଲ୍ଲିକ ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି । ତେବେ ଏନେଇ ବିଧାନସଭା ଅଧିବେଶନ ଶେଷ ପୂର୍ବରୁ ବିବୃତ୍ତି ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରକାଶ ଯେ ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗୃହର କାର୍ୟ୍ୟସୂଚୀ ଅନୁଯାୟୀ ପ୍ରଶ୍ନକାଳ ବେଶ୍ ସୁରୁଖୁରୁରେ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି। ଶାସକ ଓ ବିରୋଧୀ ଦଳର ବିଧାୟକମାନେ ରାଜ୍ୟର ବିଭିନ୍ନ ଜନସେବା ଏବଂ ବିକାଶମୂଳକ ପ୍ରସଙ୍ଗରେ ଗୃହରେ ପ୍ରଶ୍ନ ଉଠାଇଛନ୍ତି।ନିର୍ଦ୍ଧାରିତ ସମୟରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ସଦସ୍ୟମାନଙ୍କ ପ୍ରଶ୍ନର ପୁଙ୍ଖାନୁପୁଙ୍ଖ ଉତ୍ତର ରଖୁଛନ୍ତି। ବିଶେଷକରି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଆଇନ ଶୃଙ୍ଖଳା ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମନ୍ତ୍ରୀମାନେ ସରକାରଙ୍କ ପକ୍ଷରୁ ତଥ୍ୟଭିତ୍ତିକ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ଏକ ଶୃଙ୍ଖଳିତ ବାତାବରଣ ବଜାୟ ରହିଛି। ଅଧିବେଶନର ଏହି ଦ୍ବିତୀୟ ପର୍ୟ୍ୟାୟରେ ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ବିସ୍ତୃତ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି । ଗୃହରେ ବିତର୍କ ଓ ଆଲୋଚନା ମାଧ୍ୟମରେ ରାଜ୍ୟର ଅଭିବୃଦ୍ଧି ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି ।
Comments ସମସ୍ତ ମତାମତ