Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ଉପରେ ୧୦ଥର ଉଡିଛି ଡ୍ରୋନ୍‌

    Share on :
    ajab-Image
    Date: Feb 21, 2026    Views: 2655

    ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ଥର ଉଡିଛି ଡ୍ରୋନ୍‌ । ୨୦୨୪ ମସିହା ଜୁନରୁ ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ଡ୍ରୋନ୍‌ ଉଡିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦ଟି ମାମଲାରୁ ୨ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି । ୮ଟି ମାମଲାର ତଦନ୍ତ ଜାରି ରହିଛି । ସେହିପରି ଶ୍ରୀମନ୍ଦିର ପରିସରକୁ ୭୦୦ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ୍‌ ଧରି ପ୍ରବେଶ କରିଛନ୍ତି । ଏଥିରେ ୬ଲକ୍ଷ ୯୩ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଏହି ଘଟଣାରେ ସିଂହଦ୍ୱାର ଥାନାରେ ୯ଟି ମାମଲା ରୁଜୁ ହୋଇଛି ଏବଂ ୭ଟି ମାମଲାର ଫଇସଲା ହୋଇଥିବା ବେଳେ ୨ଟିର ତଦନ୍ତ ଚାଲିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook