ମୁଖ୍ୟ ଖବର
ଭୁବନେଶ୍ବର: ରାଜ୍ୟରେ ୩୧ଟି ନୂଆ ଜିଲା ଗଠନ ନିମନ୍ତେ ସରକାରଙ୍କ ନିକଟକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରସ୍ତାବ ଆସିଛି। ସମସ୍ତ ମାନଦଣ୍ଡ ଏବଂ ପ୍ରଚଳିତ ନୀତିନିୟମ ଆଧାରରେ ନୂଆ ଜିଲା ଗଠନ ପାଇଁ ପ୍ରାପ୍ତ ଦାବି ଉପରେ ଉପଯୁକ୍ତ ସମୟରେ ସରକାର ବିଚାର କରିବେ ବୋଲି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଥିଲେ। ନୂତନ ଜିଲା ଗଠନ ପାଇଁ ଦାବି ହେଉଥିବା ସ୍ଥାନଗୁଡ଼ିକ ହେଲା; ପଦ୍ମପୁର, ଧର୍ମଗଡ଼, ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ବେଦବ୍ୟାସ, ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡ଼ା, ଭୁବନେଶ୍ବର, ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଞ୍ଜନଗର, କବିସୂର୍ୟ୍ୟନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡ଼ା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ବର, ନିମାପଡ଼ା, ଗୁଣୁପୁର ଓ ଜୟପୁର।
Comments ସମସ୍ତ ମତାମତ