Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିଠୁ କମ୍ପିବ ବିଧାନସଭା; ଶାସକ, ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

    Share on :
    ajab-Image
    Date: Feb 17, 2026    Views: 2408

    ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ୟ୍ୟାୟରେ ଏପ୍ରିଲ ୮ ପର୍ୟ୍ୟନ୍ତ ଚାଲିବ ଗୃହକାର୍ୟ୍ୟ। ଏହି ଅଧିବେଶନରେ ରହିଛି ମୋଟ୍ ୨୮ଟି କାର୍ୟ୍ୟ ଦିବସ। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ଅଧିବେଶନ ଫେବ୍ରୁଆରି ୨୪ ଯାଏଁ ଚାଲିବ।ଫେବ୍ରୁଆରି ୧୮ ଓ ୧୯ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ୟ୍ୟନ୍ତ ଚାଲିବ। ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୩୦ ପର୍ୟ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ସମ୍ଭାବନା ଥିବାରୁ ଏନେଇ ବି ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି।

    ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ। ମଣ୍ଡି ଅବ୍ୟବସ୍ଥା ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରି ଏଥର ଗୃହକୁ ଦୋହଲାଇବାକୁ ଯୋଜନା କରିଛି ବିଜେଡି। ସେହିଭଳି କଂଗ୍ରେସ ବିଧାୟକ ଦଳ ବୈଠକରେ କୋଟିଆ, ଆଇନ ଶୃଙ୍ଖଳା ଓ ଚାଷୀଙ୍କ ପ୍ରସଙ୍ଗ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ। 

    ଏପଟେ ବିଜେପି ବିଧାୟକ ଦଳ ବୈଠକରେ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ, ତାର ରଣନୀତି ପ୍ରସ୍ତୁତ ପାଇଁ ଯୋଜନା କରୁଛି ସରକାରୀ ଦଳ। ତା ପୂର୍ବରୁ ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି।

    Maximum 500 characters

    ରାଜନୀତି View all

    Find Us on Facebook