Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭା: ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା

    Share on :
    ajab-Image
    Date: Dec 3, 2025    Views: 2821

    ଭୁବନେଶ୍ୱର: ଚାଷୀଙ୍କ ମାସିକ ଆୟ ହେବ ୧୨ ହଜାର ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ ।  ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅଣତାରକା ପ୍ରଶ୍ନରେ ଉତ୍ତର ରଖି ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।  ସର୍ବଭାରତୀୟ ସ୍ତରରେ ଜାତୀୟ ପରିସଂଖ୍ୟନ କାର୍ୟ୍ୟାଳୟର ତଥ୍ୟ ଅନୁଯାୟୀ ଆମ ରାଜ୍ୟର କୃଷକ ପରିବାରର ମାସିକ ଆୟ  ୨୦୧୮-୧୯ରେ ୫, ୧୧୨ ଟଙ୍କା ଥିଲା । କୃଷକ ପରିବାର ମାସିକ ଆୟକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ବିକଶିତ ଓଡ଼ିଶା ୨୦୩୬ରେ ଲକ୍ଷ ରଖାଯାଇଛି ।  ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ   ।  
    ନୂଆ ସରକାରରେ ହୋଇନି ଗୋଟିଏ ବି ଚାଷୀ ଆତ୍ମହତ୍ୟା  ।  ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଗତବର୍ଷ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି  ,  କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ରୁଣ ଭାରରେ ଚିନ୍ତାଗ୍ରସ୍ତ ହୋଇ କେତେ ଚାଷୀ ଜୀବନ ହାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ। ଯାହାର ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ରେ ଗୋଟିଏ ବି ଚାଷୀ ଆତ୍ମହତ୍ୟାର ସୂଚନା ନାହିଁ  ।  ଚାଷ ଭାର ନେଇ କୌଣସି ଚାଷୀ ଆତ୍ମହତ୍ୟା କରି ନଥିବା କହିଛନ୍ତି ମନ୍ତ୍ରୀ  । 

    Maximum 500 characters

    ତାଜା ଖବର View all

    Find Us on Facebook